ଆଉ ତୋପ ଟ୍ୟାଙ୍କ୍ ନୁହଁ ପରମାଣୁ ଯୁଦ୍ଧ କରିବାକୁ ଧମକ ଦେଲା ପାକିସ୍ତାନ ! ଯୁଦ୍ଧ ଧମକ ଦେଲେ ପାକ୍ ରେଳମନ୍ତ୍ରୀ

1,378

ପୁଣି ବିଳିବିଳେଇଲା ପାକିସ୍ତାନ । ଆତଙ୍କବାଦୀ କ୍ୟାମ୍ପ୍ ଉପରେ ଆକ୍ରମଣ ପରେ ପାକିସ୍ତାନ ଆଖିକୁ ଆଉ ନିଦ ଆସୁନି । ପାକ୍ ରେଳମନ୍ତ୍ରୀ ଶେଖ୍ ରଶିଦ୍ ପୁଣିଥରେ ଭାରତ ଉପରେ ପରମାଣୁ ଯୁଦ୍ଧ ପାଇଁ ଧମକ ଦେଇଛନ୍ତି । ଏକ ପ୍ରେସ୍ କନଫ୍ରେନ୍ସରେ ଭାରତ ଏବଂ ପାକିସ୍ତାନ ଭିତରେ ଚାଲିଥିବା ସମ୍ବେଦନଶୀଳ ସଂପର୍କକୁ ନେଇ ମୁହଁ ଖୋଲିଛନ୍ତି । ଧମକପୂର୍ଣ୍ଣ ଅନ୍ଦାଜରେ ସେ କହିଛନ୍ତି , ଏବେ ଦୁଇଦେଶ ଭିତରେ ତୋପଟ୍ୟାଙ୍କ୍ ନୁହଁ ଚାଲିବ ପରମାଣୁ ଯୁଦ୍ଧ । ଏହା ଭାରତ ପାଇଁ ଚେତାବନୀ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଯେଉଁ ମୁର୍ଖମାନେ ଭାବୁଛନ୍ତି ୪ ରୁ ୬ ଦିନ ପର୍ଯ୍ୟନ୍ତ ତୋପ-ଟ୍ୟାଙ୍କ୍ , ଏୟାର ଷ୍ଟ୍ରାଇକ୍ ଏବଂ ନୌସେନାର ଗୋଳାବାରୁଦ ଚାଲିବ ସେଭଳି କିଛିି ନାହିଁ ଏବେ ସିଧା ପରମାଣୁ ଯୁଦ୍ଧ ହେବ । ଯେସାକୁ ତେସା ନୀତି ଏବେ ପାକିସ୍ତାନ ମଧ୍ୟ ଆପଣାଇବ ।

୧୨୫ -୨୫୦ ଗ୍ରାମ୍ ର ପରମାଣୁ ବୋମା :

ତେବେ ଏହା ପ୍ରଥମଥର ପାଇଁ ନୁହଁ ଯେଉଁଠି ପାକ୍ ରେଳମନ୍ତ୍ରୀ ଶେଖ୍ ରଶିଦ୍ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି । ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରଠାରୁ ହିଁ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ରଶିଦ୍ ସେତେବେଳେ କହିଥିଲେ ପାକ୍ ପାଖରେ ୧୨୫ -୨୫୦ ଗ୍ରାମ୍ ର ପରମାଣୁ ବୋମା ରହିଛି । ଯାହା କୌଣସି ସୀମିତ ଅଞ୍ଚଳକୁ କେତେବେଳେ ବି ଟାର୍ଗେଟ୍ କରିପାରେ । କେବଳ ଏତିକି ନୁହଁ ସେ ଅକ୍ଟୋବର ଏବଂ ନଭେମ୍ବର ମାସରେ ଭାରତ-ପାକିସ୍ତାନ ଭିତରେ ସମ୍ଭାବିତ ଯୁଦ୍ଧ ହେବାନେଇ ଘୋଷଣା ମଧ୍ୟ କରିଥିଲେ ।