କନକ ବ୍ୟୁରୋ : ପାକିସ୍ତାନର ପଞ୍ଜାବ ସ୍ଥିତ କୋଟ ଅଡ୍ଡୁ ଜିଲ୍ଲାରେ ଏକ ଘର ଭିତରେ ବିସ୍ଫୋରଣ ଘଟିବାରୁ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୁଜାଫରଗଡ ଜିଲ୍ଲା ପୋଲିସ ଅଧିକାରୀସୟଦ ହସନେନ ହାଇଦରଙ୍କ ସୂଚନା ମୁତାବକ ସମସ୍ତ ମୃତକ ଗୋଟିଏ ପରିବାରର । ସେମାନେ କବାଡି ସାମଗ୍ରୀ କିଣା ବିକ୍ରି କରିଥାନ୍ତି । କବାଡି ସାମଗ୍ରୀ ସଫା କରୁଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଥିବା ୧୧୨୨ର ପ୍ରବକ୍ତା କହିଛନ୍ତି କି, ମୃତକଙ୍କ ମଧ୍ୟରେ ୨ଜଣ ମହିଳା, ୨ଜଣ ପୁରୁଷ ଓ ୨ଜଣ ଛୋଟ ପିଲା ସାମିଲ ଅଛନ୍ତି । ଏହାସହ ଆହତ ବ୍ୟକ୍ତିଙ୍କୁ ଜିଲ୍ଲା ହସ୍ପିଟାଲକୁ ପଠାଇ ଦିଆଯାଇଛି ।
ସେପଟେ ବିସ୍ଫୋରଣର କାରଣ ଜାଣିବା ପାଇଁ ଯାଂଚ ଚାଲିଛି ବୋଲି କହିଛନ୍ତି ମୁଜାଫରଗଡ ଜିଲ୍ଲା ପୋଲିସ ଅଧିକାରୀ । ଏହାସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ମୋହସୀନ ନକବୀ ଘଟଣାକୁ ନେଇ ଶୋକବ୍ୟକ୍ତ କରିବା ସହ ପଞ୍ଜାବ ମହାନିରୀକ୍ଷକଙ୍କ ଠାରୁ ଘଟଣା ବାବଦରେ ରିପୋର୍ଟ ମାଗିଛନ୍ତି ।