କନକ ବ୍ୟୁରୋ: ପାକିସ୍ତାନର ସତ୍ତାରୁ ବାହାରିବା ପରେ ବଢିଛି ଇମ୍ରାନ ଖାନଙ୍କ ସମସ୍ୟା । ପାକିସ୍ତାନର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ତାଙ୍କ ବିରୋଧରେ ଆରମ୍ଭ କରିଛି ଯାଞ୍ଚ । କଥା ହେଉଛି ଇମ୍ରାନ୍ ପ୍ରଧାନମନ୍ତ୍ରୀ ପଦରେ ଥିବାବେଳେ ତାଙ୍କୁ ଯେଉଁ ଦାମୀ ହାର ମିଳିଥିଲା ତାକୁ ସେ ବିକି ଦେଇଥିବା ଅଭିଯୋଗ ହୋଇଛି ।
ପ୍ରଧାନମନ୍ତ୍ରୀ ପଦରେ ଥିବାବେଳେ ଇମ୍ରାନଙ୍କୁ ୧୮ କୋଟି ଟଙ୍କାର ଦାମୀ ହାର ଉପହାର ମିଳିଥିଲା । ନିୟମ ଅନୁସାରେ ସେ ଏହାକୁ ନ୍ୟାସାନାଲ ମ୍ୟୁଜିୟମରେ ଜମା ରଖିବା କଥା । ହେଲେ ଏହା ନକରି ସେ ଏହାକୁ ବିକି ଦେଇଛନ୍ତି ।
ଏକ୍ସପ୍ରେସ୍ ଟ୍ରିବ୍ୟୁନର ଖବର ମୁତାବକ, ଇମ୍ରାନ ଉପହାର ଭାବେ ପାଇଥିବା ଏହି ହାରକୁ ଗୋଟିଏ ସୁନା ଦୋକାନରେ ୧୮ କୋଟି ଟଙ୍କାରେ ବିକ୍ରି କରିଦେଇଛନ୍ତି । ଏହି ଅଭିଯୋଗ ଆସିବ ପରେ ପାକିସ୍ତାନର ସବୁଠାରୁ ବଡ ତଦନ୍ତକାରୀ ସଂସ୍ଥା ତାଙ୍କ ବିରୋଧରେ ତନାଘନା ଆରମ୍ଭ କରିଛି ।
ଏହାକୁ ଦେଶର ଉପହାର ସଂଗ୍ରାହକ ମ୍ୟୁଜିୟମ ତୋଶା ଖାନାରେ ଜମା କରିବା କଥା ହେଲେ ଏହା ନକରି ଇମ୍ରାନ ଏହାକୁ ନିଜର ପୂର୍ବତନ ସ୍ୱତନ୍ତ୍ର ସହାୟକକୁଲଫିକର ବୁଖାରୀଙ୍କୁ ଦେଇଥିଲେ । ପରବର୍ତ୍ତୀ ସମୟରେ ବୁଖାରୀ ଏହାକୁ ନେଇ ଲାହୋରର ଏକ ସୁନା ଦୋକାନରେ ୧୮ କୋଟି ଟଙ୍କାରେ ବିକ୍ରି କରିଦେଇଥିବ କୁହାଯାଉଛି ।