ପାକ ଅର୍ଥନୀତି ବିଶେଷଜ୍ଞ କହିଲେ ଦୁର୍ଦ୍ଦିନ ସମୟକୁ ସମ୍ଭାଳିବା ତରିକା ବେଶ ଭଲ ଭାବେ ଜାଣେ ଭାରତ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ପ୍ରଶଂସା

290

କନକ ବ୍ୟୁରୋ : ଦୟନୀୟ ସ୍ଥିତିରେ ପାକିସ୍ତାନ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏକଥା ବେଶ ଭଲଭାବେ ବୁଝିସାରିଛି କି କେବଳ ଋଣ ଦ୍ୱାରା ସମସ୍ୟାର ସମାଧାନ କରିବା ଅସମ୍ଭବ । କିଭଳି ଦେଶକୁ ବିରାଟ ବଡ ଆର୍ଥିକ ସଙ୍କଟରୁ ରକ୍ଷା କରିବ ସେନେଇ କରୁଛି ମାନସମନ୍ଥନ । ଭାରତର ନୀତିକୁ ପ୍ରଂଶସା କରିଛନ୍ତି ପାକିସ୍ତାନର ଅର୍ଥନୀତି ବିଶେଷଜ୍ଞ । ଏଥିସହ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପ୍ରଂଶସା କରିବା ସହ ପାକିସ୍ତାନର ଏହି ସଙ୍କଟ ସମୟର ତାଙ୍କର ସହଯୋଗ ଲୋଡିଛନ୍ତି । ପାକିସ୍ତାନ-ଆମେରିକା ଅର୍ଥନୀତି ବିଶେଷଜ୍ଞ ତଥା ପ୍ରିନ୍ଷ୍ଟନ ୟୁନିଭର୍ସିଟିର ଅର୍ଥନୀତି ପ୍ରଫେସର ଆତିଫ ମିଆଁ କହିଛନ୍ତି ପାକିସ୍ତାନ ଏହି ସଙ୍କଟର ମୁକାବିଲା ପାଇଁ ଭାରତର ଏଭଳି କିଛି ବ୍ୟକ୍ତିଙ୍କ ସହଯୋଗ ନେବା ଉଚିତ । ଯେଉଁମାନେ ୧୯୯୦ ମସିହାରେ ଭାରତର ଆର୍ଥିକ ସଙ୍କଟକୁ ଦୂରେଇ ଥିଲେ । ଏହି କ୍ରମରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନାଁକୁ ପ୍ରକାଶ କରିଛନ୍ତି ପାକ ଅର୍ଥନୀତି ବିଶେଷଜ୍ଞ ।