ଗତ କିଛି ଦିନ ମଧ୍ୟରେ ଭାରତ-ପାକ୍ ମଧ୍ୟରେ ଯାହା ସବୁ ଘଟି ଯାଇଛି, ତାହା ଦୁଇ ଦେଶର ସଂପର୍କକୁ ଆହୁରି ତିକ୍ତ କରିଛି । ପୁଲଓ୍ଵାମା ଆକ୍ରମଣରେ ଭାରତର ୪୦ଜଣ ଯବାନ ସହିଦ୍ ହେବା ପରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଚାଲିଛି । ଏଇ କିଛି ଦିନ ମଧ୍ୟରେ ଭାରତର ଅନେକ ଯବାନ ସହିଦ୍ ହୋଇଥିବା ବେଳେ ପାକିସ୍ତାନ ସୁଧୁରିବାର ନାଁ ନେଉ ନାହିଁ । ତେବେ ଆଗକୁ ହୋଲି ଥିବା ବେଳେ ଏହି ଅବସରରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସବୁ ହିନ୍ଦୁ ସମୁଦାୟକୁ ହୋଲିର ଶୁଭକାମନା ଜଣାଇଥିବା ଦେଖା ଯାଇଛି ।
ଟୁଇଟ୍ କରି, “ଆମର ସବୁ ହିନ୍ଦୁ ଭାଇମାନଙ୍କୁ ଶାନ୍ତିପୁର୍ଣ୍ଣ ହୋଲିର ଶୁଭକାମନା” ବୋଲି ଲେଖିଥିଲେ ଇମ୍ରାନ ଖାନ୍ । ଇମ୍ରାନଙ୍କ ଏଭଳି ଟୁଇଟ୍ ଆସିବା ପରେ ବଲିଉଡର ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ୍ ତାଙ୍କୁ କଡ଼ା ଜବାବ ଦେଇଥିବା ଦେଖା ଯାଇଛି । ଇମ୍ରାନ ଖାନଙ୍କ ଟୁଇଟର ଜବାବ ଦେବାକୁ ଯାଇ, “ଆମ ଦେଶର ଯବାନମାନଙ୍କ ରକ୍ତରେ ପ୍ରଥମେ ହୋଲି ଖେଳିବା ବନ୍ଦ କର । ତା’ ପରେ ଆମକୁ ଶୁଭକାମନା ଜଣାଇବ” ବୋଲି ଲେଖିଥିଲେ ଅଶୋକ ପଣ୍ଡିତ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/h-106.jpg)
/kanak/media/post_attachments/wp-content/uploads/2019/03/350499-ashok-300x169.jpg)