କନକ ବ୍ୟୁରୋ : ଗୋଟେ ପରେ ଗୋଟିଏ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଭୟଙ୍କର ଅର୍ଥନୈତିକ ସଙ୍କଟ ଓ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବାରେ ଅସମର୍ଥ ହେଉଥିବା ପାକିସ୍ତାନ ପାଇଁ ଏବେ ଆଉ ଏକ ବଡ ସଙ୍କଟ ଦେଖାଦେଇଛି । ଦେଶରେ ପାୱାର ସିଷ୍ଟମ ଫେଲ୍ ମାରିବା ଫଳରେ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଛି । ଇସଲାମବାଦ, ଲାହୋର, କରାଚି ଭଳି ବଡ ବଡ ସହରରେ ଏହି ସମସ୍ୟା ଉପୁଜିଛି ।

Advertisment

କେବଳ ସେତିକି ନୁହେଁ କ୍ୱେଟା ସମେତ ବାଲୁଚିସ୍ତାନର ୨୨ ଜିଲ୍ଲାରେ ବି ବିଦ୍ୟୁତ୍ ସଙ୍କଟ ଦେଖାଦେଇଛି । ବିଦ୍ୟୁତ୍ ସରବରାହ ଠପ୍ ହୋଇଥିବା ଯୋଗୁଁ ମେଟ୍ରୋ ସେବା ପ୍ରଭାବିତ ହୋଇଛି । ଯାହାଫଳରେ ଯାତ୍ରୀ ମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି । ସେହିପରି ଇସଲାମବାଦର ବିଦ୍ୟୁତ୍ ଯୋଗାଣ କମ୍ପାନୀର ୧୧୭ଟି ଗ୍ରୀଡ ଯୋଗାଣ ବ୍ୟାହତ ହୋଇ ସମଗ୍ର ସହରକୁ ଅନ୍ଧାରରେ ବୁଡାଇଛି । ସରକାରଙ୍କ ପକ୍ଷରୁ ଲୋକଙ୍କୁ ପାୱାର ସେଭିଂ କରିବାକୁ ଅନୁରୋଧ କରାଯାଇଛି । ପାକିସ୍ତାନ ଶକ୍ତି ମନ୍ତ୍ରୀ କହିଛନ୍ତି, ଗ୍ରିଡ ବ୍ୟବସ୍ଥାର ସମ୍ପୂର୍ଣ୍ଣ ପୁନରୁଦ୍ଧାର ପାଇଁ ୧୨ ଘଣ୍ଟା ଲାଗିପାରେ । ଏପରିକି ବିଜୁଳି ସଙ୍କଟ ପାଇଁ ୩ ଦିନ ବନ୍ଦ ରହିବ ସଂସଦ । ରେଳ ସେବା ପ୍ରଭାବିତ ହୋଇଛି , ହଜାରେରୁ ଅଧିକ ଟ୍ରେନ୍ ଅଟକି ରହିଛି ।