ଇମ୍ରାନ୍ ଖାନଙ୍କୁ ବଡ଼ ଝଟକା । ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ।

125

କନକ ବ୍ୟୁରୋ : ଇମ୍ରାନ୍ ଖାନଙ୍କୁ ବଡ଼ ଝଟକା । ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଏପ୍ରିଲ ୯ ତାରିଖରେ ଅନାସ୍ଥା ନେଇ ହେବ ଭୋଟିଂ । ତେବେ ପୁନଃ ନିର୍ବାଚନ ନିର୍ଦ୍ଦେଶକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ସୁପ୍ରିମକୋର୍ଟରୁ ଝଟକା । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆସ୍ଥା ଭୋଟକୁ ରଦ୍ଦ କରିବାକୁ ନ୍ୟାସନାଲ ଆସେମ୍ବଲିର ଉପବାଚସ୍ପତି କାସିମ ସୁରୀଙ୍କ ନିଷ୍ପତି ଭୁଲ ବୋଲି ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଦେଇଥିଲେ । ଏହାସହ ଏପରି ନିଷ୍ପତି ପାକିସ୍ତାନ ସମ୍ବିଧାନର ଧାରା ୯୫ର ବିରୁଦ୍ଧାରଚରଣ ବୋଲି କୋର୍ଟ କହିଛନ୍ତି ।

ତେବେ ଏହି ପ୍ରସଙ୍ଗରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଉମର ଆଟା ବାନ୍ଦିଆଲଙ୍କ ଅଧ୍ୟକ୍ଷତାରେ ଥିବା ୫ଜଣିଆ ବେଂଚ ଏହି ମନ୍ତବ୍ୟ ଦେଇଛନ୍ତି । ତେବେ ଏହି ରାୟ ଦେବା ସହ ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇବା ପୂର୍ବରୁ ସୁପ୍ରିମକୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଜିର ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଥିଲେ ଯେ, ବର୍ତମାନ ପାକିସ୍ତାନର ଅର୍ଥନୀତି ସଙ୍କଟ ସମୟ ଦେଇ ଗତି କରୁଛି । ତେଣୁ ଦେଶରେ ଏକ ଦୃଢ ସରକାର ଆବଶ୍ୟକ । ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାୟ ଦିଆଯିବ ।