ଯଦି ଭାରତ ସହ ପାରମ୍ପାରିକ ଯୁଦ୍ଧ କରେ ପାକିସ୍ତାନ, ତେବେ କ’ଣ ହେବ ସ୍ଥିତି ? ମନକଥା କହିଲା ଏକଘରକିଆ ପାକିସ୍ତାନ ।

1,801

କନକ ବ୍ୟୁରୋ: ଭାରତ ସହିତ ଯୁଦ୍ଧ ହେଲେ ଏବେ କ’ଣ ହେବ ପାକିସ୍ତାନର ସ୍ଥିତି । ଏନେଇ ବିଦେଶୀ ଗଣମାଧ୍ୟମକୁ ସାକ୍ଷାତକାରରେ ବଡ ବୟାନ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଇମ୍ରାନ୍ ନିଜର ସାକ୍ଷାତକାରରେ ଖୋଲାଖୋଲି ଭାବରେ କହିଛନ୍ତି ଯେ, ଯଦି ବର୍ତ୍ତମାନ ଭାରତ ବିପକ୍ଷରେ ପାରମ୍ପରିକ ଯୁଦ୍ଧ ହେଲେ , ପୁରାପୁରି ହାରିଯିବ ପାକିସ୍ତାନ । ତେବେ ଇମ୍ରାନ୍ ଏହା ବି କହିଛନ୍ତି ପାକିସ୍ତାନ କେବେ ନିଜ ଆଡୁ ଯୁଦ୍ଧ ଆରମ୍ଭ କରିବନି । ସେ ନିଜେ ଯୁଦ୍ଧ ହେଉ ବୋଲି ବି ଚାହଁନ୍ତିନାହିଁ । କିନ୍ତୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯଦି ଯୁଦ୍ଧ ଆରମ୍ଭ ହୁଏ , ତେବେ ଏହା ପରମାଣୁ ଯୁଦ୍ଧରେ ହିଁ ଶେଷ ହେବ ।

ଇମ୍ରାନ ଖାନଙ୍କ ଏହି ସ୍ୱୀକାରୋକ୍ତି ହିଁ ପ୍ରମାଣ କରୁଛି ଯେ, ଭାରତ ସାମ୍ନାରେ ପାକିସ୍ତାନର ସ୍ଥିତି କ’ଣ? ମୁହାଁମୁହିଁ ଯୁଦ୍ଧରେ ଭାରତ ଆଗରେ ପାକିସ୍ତାନ ଅଧିକ ଦିନ ତିଷ୍ଟି ରହିପାରିବ ନାହିଁ ଏକଥା କାହାକୁ ଅଛପା ନାହିଁ । କିନ୍ତୁ ସବୁ ଜାଣି ଅଜଣା ହେବାର ଅଭିନୟ କରୁଥିବା ପାକିସ୍ତାନ ଶେଷରେ ଗଣମାଧ୍ୟମ ସାମ୍ନାରେ ସ୍ୱୀକାର କରିଛନ୍ତି ଯେ, ଭାରତ ସହ ସମ୍ମୁଖଯୁଦ୍ଧ କଲେ ପାକିସ୍ତାନ ହିଁ ହାରିବ ।

ଅଲ ଜେଜିରାକୁ ଏକ ସାକ୍ଷତାକାର ଦେଇ ଇମ୍ରାନ କହିଛନ୍ତି-ଯଦି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ, ପାକିସ୍ତାନ ପ୍ରଥମେ ପରମାଣୁ ଯୁଦ୍ଧ ଆରମ୍ଭ କରିବ ନାହିଁ । କିନ୍ତୁ ପାକିସ୍ତାନ ନିଜର ସୁରକ୍ଷା ପାଇଁ ମୃତ୍ୟୁ ପର୍ଯ୍ୟନ୍ତ ଲଢେଇ କରିବ । ଏତିକିରେ ଇମ୍ରାନ୍ ଅଟକିଯାଇନାହିଁନ୍ତି ବରଂ କହିଛନ୍ତି-ଯେତେବେଳେ ଗୋଟିଏ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଶେଷ ନିଶ୍ୱାସ ଯାଏଁ ଲଢ଼ିବାକୁ ନିର୍ଣ୍ଣୟ କରେ ସେତେବେଳେ ପରିଣାମ ଭୟବହ ହୁଏ ।

ଯେତେବେଳେ ପାକିସ୍ତାନ ସାରା ବିଶ୍ୱରେ ଏକ ଘରିଆକିଆ ହୋଇସାରିଛି, ଜାତିସଂଘରୁ ଆରମ୍ଭ କରି ବଡ ବଡ ମୁସଲିମ୍ ଦେଶ ପାକିସ୍ତାନ ପକ୍ଷରେ ଠିଆ ହେବାକୁ ନାକ ଟେକୁଛନ୍ତି ସେତେବେଳେ ସେଇ ପୁରୁଣା ପରମାଣୁ କଥା ଉଠାଇଛି ପାକିସ୍ତାନ । ସିଧାସଳଖ ନହେଲେ ବି ପରୋକ୍ଷରେ ପରମାଣୁ ଯୁଦ୍ଧ ଆଡକୁ ଇସାରା କରିଛନ୍ତି ଇମ୍ରାନ ଖାନ୍ । ଆଉ ଏହି ପରମାଣୁ ଯୁଦ୍ଧର ଧମକକୁ ଫୁଁରେ ଉଠାଇ ସାରିଛି ଭାରତ ।କାଶ୍ମୀରୁ ୩୭୦ ଧାରା ଉଚ୍ଛେଦ, ପାକ୍ ଅଧିକୃତ କାଶ୍ମୀରରେ ଅସ୍ଥିରତା, ଜାତିସଂଘରୁ ଝଟ୍କା ଏଭଳି ତମାମ୍ ଘଟଣା ପରେ ଏବେ ଯେମିତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ବାଉଳା କରିଦେଇଛି ।