ଭାରତ ଲୋକସଭା ନିର୍ବାଚନରେ ବିଜେପି ସରକାର ଆସିଲେ ପାକ୍ ଏବଂ ଭାରତ ଭିତରେ ଶାନ୍ତି ବଜାୟ ରହିବା ସହ କାଶ୍ମୀର ବିଷୟ ଉପରେ ମଧ୍ୟ ସମାଧାନ ଅଣାଯାଇପାରିବ : ଇମରାନ୍ ଖାନ୍

728

ଲୋକସଭା ନିର୍ବାଚନର ପ୍ରଥମ ଚରଣ ଭୋଟିଙ୍ଗ୍ ର ଠିକ୍ ଗୋଟିଏ ଦିନ ପୂର୍ବରୁ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ବଡ ବୟାନ୍ ଦେଇଛନ୍ତି । ଇମରାନ୍ କହିଛନ୍ତି ଯଦି ବିଜେପି ପୁନଶ୍ଚ ସରକାରକୁ ଆସେ ତେବେ ଭାରତ ସହ ଶାନ୍ତିବାର୍ତ୍ତା ବଜାୟ ରଖିବା ପାଇଁ ଭଲ ହେବ । ପାକ୍ ପ୍ରଧାନମନ୍ତ୍ରୀ ଏହା ବି କହିଛନ୍ତି ଯେ ଯଦି ସତ୍ତାକୁ କଂଗ୍ରେସ ସରକାର ଆସେ ତେବେ ଏହା ଅସମ୍ଭବ ଭଳି ହୋଇଯିବ ।

ମୋଦି ସରକାର ଆସିବେ ତ କାଶ୍ମୀର ବିଷୟ ଉପରେ ସମାଧାନ ଅଣାଯାଇପାରିବ : ଇମରାନ୍ ଖାନ୍

ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ କହିଛନ୍ତି ଯେ ଯଦି ସତ୍ତାକୁ ମୋଦି ସରକାର ଆସୁଛନ୍ତି ତେବେ କାଶ୍ମୀର ବିଷୟ ଉପରେ ସମାଧାନ ଅଣାଯାଇପାରିବ । ସେ ମୋଦିଙ୍କୁ ଇସରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜମିନ୍ ନେତନ୍ୟାହୁଙ୍କ ସହ ତୁଳନା କରି କହିଛନ୍ତି ଯେ ମୋଦି ଭୟ ଏବଂ ରାଷ୍ଟ୍ରବାଦ ଉପରେ ନିର୍ବାଚନ ଲଢୁଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଇମରାନ୍ କହିଥିଲେ ଯଦି ସତ୍ତାକୁ କଂଗ୍ରେସ ଆସେ ତେବେ କାଶ୍ମୀରକୁ ନେଇ ପାକ୍ ସହ ଆପୋଷ ସମାଧାନ କରିବା ପାଇଁ ଡରିବ କିନ୍ତୁ ବିଜେପି ସରକାର ଏହି ବିଷୟ ଉପରେ କଥାବାର୍ତ୍ତା କରିବା ପାଇଁ ଆଗକୁ ଆସିବେ ।