ପାକ୍ ପ୍ରଧାନମନ୍ତ୍ରୀଙ୍କୁ କରୋନା ସଂକ୍ରମଣ ଭୟ: ୨ ଦିନ ତଳେ ଭେଟିଥିବା ଫୈସଲ ଇଧିଙ୍କର କରୋନା ପଜିଟିଭ୍; ଇମ୍ରାନଙ୍କ ହେବ କୋଭିଡ୍‌-୧୯ ନମୁନା ପରୀକ୍ଷା

୧୪ ଦିନ ପାଇଁ ରହିବେ ସଙ୍ଗରୋଧରେ !

685

କନକ ବ୍ୟୁରୋ: ପାକିସ୍ତାନ ପ୍୍ରଧାନମନ୍ତ୍ରୀଙ୍କୁ କରୋନା ସଂକ୍ରମଣ ହୋଇଥାଇ ପାରେ । ଏଭଳି ଆଶଙ୍କା ପ୍ରକାଶ ପାଇବା ପଛରେ ଏକ କାରଣ ରହିଛି । ପାକିସ୍ତାନର ଏକ ଦାତବ୍ୟ ସଂସ୍ଥାର ମୁଖ୍ୟ ଫୈସଲ ଇଧିଙ୍କର କରୋନା ପଜିଟିଭ୍ ବାହାରିଛି । ସେ କିଛି ଦିନ ତଳେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିବା ସହ ୧୦ ନିୟୂତ ଟଙ୍କା ଦାନ କରିଥିଲେ । ଏହା ପରେ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଛି । ତେବେ ଫୈସଲଙ୍କ ଶରୀରରେ କରୋନା ଭୂତାଣୁ ଠାବ ହେବା ପରେ ଇମ୍ରାନ କ୍ୱାରେନଂଟାଇନରେ ରହିବେ କି ନାହିଁ ତାହା ସ୍ପଷ୍ଟ କରାଯାଇ ନାହିଁ ।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ପାକିସ୍ତାନର ଜନୈକ ସମାଜସେବୀ ତଥା ଇଦ୍‌ହୀ ଫାଉଣ୍ଡେସନର ଅଧ୍ୟକ୍ଷ ଅବଦୁଲ ସତ୍ତାର ଇଦ୍‌ହୀଙ୍କ ପୁତ୍ର ଫୈଜାଲ ଇଦ୍‌ହୀ ଗତ ୧୫ ତାରଖରେ ଆସି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ସାକ୍ଷାତ୍‌ କରି ଫେରିଥିଲେ। ଫୈଜାଲ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ସାକ୍ଷାତ କରି ଯିବାପରେ ସେ କରୋନା ପଜିଟିଭ୍‌ ରୂପେ ଚିହ୍ନଟ ହୋଇଥିଲେ। ତେଣୁ, ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ଇମ୍ରାନ ଯେହେତୁ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ତେଣୁ ତାଙ୍କର କରୋନା ନମୁନା ପରୀକ୍ଷା କରାଯିବା ସହ ତାଙ୍କୁ ୧୪ ଦିନ ପାଇଁ ହୋମ୍‌ କ୍ୱାରେଣ୍ଟିନ୍‌ ବା ସଙ୍ଗରୋଧରେ ରଖାଯିବ ବୋଲି ତାଙ୍କ ବ୍ୟକ୍ତିଗତ ଡାକ୍ତର ଫୈଜାଲ ସୁଲତାନ କହିଛନ୍ତି।