ଆଜି ପିଓକେ ଯିବେ ଇମ୍ରାନ ଖାନ । ବିଶାଳ ରାଲିରେ କାଶ୍ମୀର ନେଇ କରିବେ ଫ୍ଲପ ଶୋ

857

କନକ ବ୍ୟୁରୋ : କାଶ୍ମୀରକୁ ନେଇ ବ୍ୟାକ୍ ଫୁଟରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଙ୍କ ଆଜି ହେବ ଆଉ ଏକ ଫ୍ଲପ୍ ସୋ । ଆଜି ଇମ୍ରାନ୍ କରୁଛନ୍ତି ପିଓକେ ଗସ୍ତ । ବାରମ୍ୱାର କାଶ୍ମୀରକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ମାଡ ଖାଇବା ପରେ ଆଜି ଇମ୍ରାନ୍ ଖାନ୍ ପାକ୍ ଅକୁପାଏଡ୍ କାଶ୍ମୀର ବା ପିଓକେ ର ରାଜଧାନୀ ମୁଜାଫରାବାଦରେ ଏକ ରାଲିକୁ ସଂବୋଧନ କରିବାକୁ ଯାଉଛନ୍ତି । କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଗୋଟିଏ ମାସ ମଧ୍ୟରେ ଏହା ଇମ୍ରାନଙ୍କ ତୃତୀୟ ପିଓକେ ଗସ୍ତ ।

source : newindianexpress.com

ଏପଟେ ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ପରେ ପିଓକେରେ ବଡ ଜନ ସମୁଦାୟଙ୍କ ସମର୍ଥନ ଭାରତ ପ୍ରତି ଦେଖିବାକୁ ମିଳିଛି । କହିବାକୁ ଗଲେ ପିଓକେରେ ଭାରତ ପ୍ରତି ବଢୁଥିବା ସମର୍ଥନ ଇମ୍ରାନଙ୍କ ଚିନ୍ତାକୁ ବଢାଇ ଦେଇିଛି । କାଶ୍ମୀର ଜନତାଙ୍କ ପାଇଁ ପାକିସ୍ତାନ ସର୍ବଦା ରହି ଆସିଛି ବୋଲି ଦର୍ଶାଇବାକୁ ସେ ଆଜି ପିଓକେରେ ଏକ ରାଲି କରିବେ । ବୁଧବାର ଟୁଇଟ୍ କରି ପାକ୍ ପ୍ରଧାନମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ବିଶ୍ୱ ସମୁଦାୟକୁ କାଶ୍ମୀରର ବାସ୍ତବ ସ୍ଥିତି ଜଣାଇବାକୁ ପିଓକେରେ ସେ ଏହି ରାଲି କରିବାକୁ ଯାଉଛନ୍ତି ।

୨ ଦିନ ତଳେ ମିଳିତ ଜାତିସଂଘର ମାନବାଧିକାର କମିଶନ ବୈଠକରେ ପାକ୍ ଉଠାଇଥିଲା କାଶ୍ମୀର ପ୍ରସଙ୍ଗ । ହେଲେ ଏଥିରେ ପାକ୍ କୁ ଲାଗିଥିଲା ଡବଲ୍ ଝଟକା । ଭାରତ ପାକ୍ ର ସମସ୍ତ ଅଭିଯୋଗକୁ କଡା ଜବାବ ଦେଇଥିଲା । ଏହାର କିଛି ଘଂଟା ପରେ ଜାତିସଂଘ ପାକିସ୍ତାନର କାଶ୍ମୀର ପ୍ରସଙ୍ଗରେ ସବୁ ଅଭିଯୋଗକୁ ଖାରଜ କରିଦେଇଥିଲେ ।