ପୁଲୱାମା ଆକ୍ରମଣ ପରେ ଉଭୟ ଭାରତ ଏବଂ ପାକିସ୍ତାନର ସଂପର୍କ ବିଗିଡି ଥିବା ବେଳେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ ସାଉଦି ଆରବ ରାଜକୁମାର ମହମ୍ମଦ ବିନ୍ ସଲମାନ । ମହମ୍ମଦ ବିନ୍ ସଲମାନ ଦୁଇଦିନିଆ ଗସ୍ତରେ ପ୍ରଥମେ ପାକିସ୍ତାନ ଯାଇଥିବା ବେଳେ ପରେ ଭାରତ ଆସିଥିଲେ । ପ୍ରଥମେ ପାକିସ୍ତାନକୁ ଯାଇଥିବା ସାଉଦି ଆରବ ପ୍ରିନ୍ସଙ୍କ ଭବ୍ୟସ୍ୱାଗତ ରେଡ୍ କାର୍ପେଟର ଗାଲିଚା ବିଛାଇ କରାଯାଇଥିଲା । ରାଜକୀୟ ସମ୍ନାନର ସହ ରାଜକୁମାରଙ୍କୁ ସ୍ୱାଗତ କରା ଯାଇଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ନିଜ ନିୟମାବଳୀକୁ ଭାଙ୍ଗି ରାଜକୁମାରଙ୍କ ଡ୍ରାଇଭର୍ ସାଜି କାର୍ ଚଲାଇ ପିଏମ୍ ହାଉସ୍ କୁ ଆଣିଥିଲେ । ତେବେ ବର୍ତ୍ତମାନ ପାକିସ୍ତାନର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଯେ କେହିବି ପାକିସ୍ତାନର ମଜା ଉଡାଇବ ।
ପାକିସ୍ତାନ ସରକାରଙ୍କ ତରଫରୁ ସାଉଦି ଆରବ ରାଜକୁମାରଙ୍କ ଗସ୍ତ ସମୟରେ ଏକ ଲଞ୍ଚ୍ ପ୍ରୋଗ୍ରାମର ଆୟୋଜନ ହୋଇଥିଲା । ଏହି ପ୍ରୋଗ୍ରାମରେ ପାକିସ୍ତାନ ରାଷ୍ଟ୍ରପତୀ ଆରିଫ୍ ଆଲଭି,ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଏବଂ ଅତିଥି ମହମ୍ମଦ ବିନ୍ ସଲମାନ ସାମିଲ୍ ହୋଇଥିଲେ । ତେବେ ଏହି ଭିଡିଓରେ ମଞ୍ଚରେ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଖାଉଥିବାର ଦେଖାଯାଉଥିବା ବେଳେ ରାଷ୍ଟ୍ରପତୀ ଆରିଫ୍ ଆଲଭି ଅତିଥିଙ୍କ ସ୍ୱାଗତ ସମ୍ବର୍ଥନା ଭାଷଣ ଦେଉଥିବା ସମୟରେ ଠିଆ ହେବାକୁ ଭୁଲି ଯାଇଥିଲେ । ଭିଡିଓରେ ଆପଣ ଦେଖିପାରୁଥିବେ , ଯେଉଁଠି ପ୍ରଧାନମନ୍ତ୍ରୀ ଖାଉଛନ୍ତି ଏବଂ ରାଷ୍ଟ୍ରପତୀ ସ୍ୱାଗତ ସମ୍ବର୍ଥନା ଭାଷଣରେ ଠିଆ ହେବାକୁ ଭୁଲି ଯାଉଛନ୍ତି ଏବଂ କେହି ଜଣେ ରାଷ୍ଟ୍ରପତୀଙ୍କୁ ପରେ କହୁଛନ୍ତି “ଠିଆ ହୋଇ ଯାଅ” ।
Follow Us
/kanak/media/post_attachments/wp-content/uploads/2019/02/imran-khan-saudi-arabia-660-300x200.jpg)