ପାକିସ୍ତାନର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର ଧାରା 370 ଉପରେ ଭାରତୀୟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । କାକର କାଶ୍ମୀର ବିଷୟରେ କହିଛନ୍ତି ଯେ “ପାକିସ୍ତାନକୁ ଏହା ପାଇଁ ଯଦି ଆହୁରି ୩୦୦ ଯୁଦ୍ଧ ଲଢିବାକୁ ପଡେ ତେବେ ଆମେ ଲଢିବୁ ।“ ସେ ଏକ ଧମକପୂର୍ଣ୍ଣ ସ୍ୱରରେ କହିଛନ୍ତି ଯେ ଏହି ପ୍ରସଙ୍ଗରେ କାହାରି ଭୁଲ ବୁଝାମଣା ରହିବ ଉଚିତ ନୁହେଁ ଏବଂ ସେମାନେ କାଶ୍ମୀର, ଶ୍ରୀନଗର ଏବଂ ବାରାମୁଲ୍ଲା ସମ୍ବନ୍ଧରେ ସେମାନଙ୍କର(ଭାରତ) ଭ୍ରମ ଧାରଣାକୁ ଦୂର କରିବା ଉଚିତ୍ ।
ଅଧିକୃତ ଜାମ୍ମୁ କାଶ୍ମୀରରେ ବିଧାନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କାକର ପୁଣିଥରେ ସମାନ ଧରଣର ଭାରତ ବିରୋଧୀ କଥା କହିଛନ୍ତି ଯେ କାଶ୍ମୀର ହେଉଛି ପାକିସ୍ତାନର ବେକରେ ଥିବା ଶିରା ଏବଂ ପାକିସ୍ତାନ ଆତ୍ମନିର୍ଭରଶୀଳତା ପାଇଁ ସଂଗ୍ରାମରେ କାଶ୍ମୀରବାସୀଙ୍କୁ କୂଟନୈତିକ ଏବଂ ନୈତିକ ସମର୍ଥନ ଜାରି ରଖିବ । ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କାକର ଧାରା 370 ଉଚ୍ଛେଦ ଉପରେ ଭାରତର ସର୍ବୋଚ୍ଚ ଅଦାଲତର ନିଷ୍ପତ୍ତିକୁ ରାଜନୈତିକ ଉଦ୍ଦେଶ୍ୟମୂଳକ' ବୋଲି ବର୍ଣ୍ଣନା କରିଛନ୍ତି ।
ଭାରତୀୟ ଗଣତନ୍ତ୍ରକୁ “ଦୁନିଆର ସବୁଠୁ ବଡ କପଟୀ ” ବୋଲି କହିଛନ୍ତି
ପାକିସ୍ତାନର ମଧ୍ୟବର୍ତ୍ତୀ କାଳୀନ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର ଭାରତକୁ ସମାଲୋଚନା କରି ଏହାକୁ ସର୍ବ ବୃହତ ଗଣତନ୍ତ୍ର ଅପେକ୍ଷା ବିଶ୍ବର ର ସବୁଠାରୁ ବଡ କପଟୀ ଗଣତନ୍ତ୍ର ବୋଲି କହିଛନ୍ତି। ଜାତି ଭିତ୍ତିକ ସାମାଜିକ ଶାସନ, ବ୍ୟବସ୍ଥିତ ଭୟ, ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଦମନ ନୀତି , ରାଜ୍ୟ ପ୍ରାୟୋଜିତ ହତ୍ୟା ଏବଂ ଆତଙ୍କବାଦକୁ ଲୁଚାଇବା ପାଇଁ ସେ ଭାରତକୁ ଧର୍ମନିରପେକ୍ଷତା, ଗଣତନ୍ତ୍ର ଏବଂ ବିବିଧତାର ସ୍ଲୋଗାନ ଦେଇଥିବାର ଅଭିଯୋଗ କରିଛନ୍ତି ।
ଯଦି
ଅଗଷ୍ଟ ୫, ୨୦୧୯ ରେ ଧାରା 370 ଉଚ୍ଛେଦ ନେଇ ଭାରତ ସରକାର ନେଇଥିବା ନିଷ୍ପତିକୁ ଭାରତର ସୁପ୍ରିମକୋର୍ଟ କାୟମ ରଖିବା ନେଇ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି । ସେମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ଜବାବରେ କାକର କାଶ୍ମୀରବାସୀଙ୍କ ପ୍ରତି ପାକିସ୍ତାନର ନିରନ୍ତର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଏଥିସହ, କିଛି ବିଜେପି ନେତାଙ୍କ ବିବୃତ୍ତିକୁ ଦର୍ଶାଇ ସେ ସ୍ପଷ୍ଟ କରିଛନ୍ତି ଯେ ଗିଲ୍ଗିଟ-ବାଲ୍ଟିସ୍ତାନ ଏବଂ କାଶ୍ମୀରର କୌଣସି ଅଂଶ କେହି ନେଇ ପାରିବେ ନାହିଁ। ଭାରତ ପକ୍ଷରୁ ଏ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ମନ୍ତବ୍ୟ ଦିଆଯାଇ ନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/anwur.jpg)