୧୯୯୪ ବିଶ୍ୱକପରେ ଭାରତୀୟଙ୍କ ହୃଦୟ ଭାଙ୍ଗିଥିଲେ, ଏବେ ଭାରତରେ ହୃଦୟ ଚିକିତ୍ସା କରିବାକୁ ନେହୁରା ହେଉଛନ୍ତି ପାକିସ୍ତାନ ଖେଳାଳି

୧୯୯୪ ବିଶ୍ୱକପରେ ଭାରତୀୟଙ୍କ ହୃଦୟ ଭାଙ୍ଗିଥିଲେ, ଏବେ ଭାରତରେ ହୃଦୟ ଚିକିତ୍ସା କରିବାକୁ ନେହୁରା ହେଉଛନ୍ତି ପାକିସ୍ତାନ ଖେଳାଳି

ଗୋଟିଏ ସମୟରେ ହକି ପଡିଆରେ ଗୋଲ ଅଟକାଇ ଭାରତୀୟ ହକିପ୍ରେମୀଙ୍କ ହୃଦୟ ଭାଙ୍ଗିଥିବା ପାକିସ୍ତାନର ବିଶ୍ୱବିଜୟୀ ହକି ଟିମର ଗୋଲକିପର ମନସୁର ଅହମ୍ମଦ ଏବେ ଭାରତରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବାକୁ ଇଛା ପ୍ରକାଶ କରିଛନ୍ତି । ମନସୁରଙ୍କ ହାର୍ଟ ସମସ୍ୟା ଏବେ ଗମ୍ଭୀର ରହିଛି । ତେଣୁ ଭାରତରେ ଚିକିତ୍ସା ପାଇଁ ସୁଷମା ସ୍ୱରାଜଙ୍କ ଠାରୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । କାରଣ ତାଙ୍କ ପାଖରେ ଭାରତ ଆସିବା ପାଇଁ ଭିସା ନାହିଁ । ତେଣୁ ତାଙ୍କୁ ସାହାର୍ଯ୍ୟ କରିବାକୁ ସୁଷମା ସ୍ୱରାଜଙ୍କୁ ନିବେଦନ କରିଛନ୍ତି ମନସୁର ।

publive-image୪୯ ବର୍ଷୀୟ ମନସୁର ଅହମ୍ମଦଙ୍କର ହାର୍ଟରେ ବିଭିନ୍ନ ସମସ୍ୟା ଦେଖାଦେଉଛି । ତେଣୁ ସେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ଭାରତ ଆସିବାକୁ ଚାହୁଁଛନ୍ତି । ଏନେଇ ଏକ ଭିଡିଓ କରି ୟୁଟ୍ୟୁବରେ ସେୟାର କରିଛନ୍ତି ମନସୁର । ଯେଉଁଥିରେ ସେ କହିଛନ୍ତି ତାଙ୍କୁ ଏବେ ଗୋଟିଏ ହାର୍ଟ ଦରକାର ଆଉ ଏଥିପାଇଁ ଭାରତ ସରକାରଙ୍କ ସମର୍ଥନର ଆବଶ୍ୟକତା ରହିଛି । ଏବେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି । ଏଭଳି ସ୍ଥିତିରେ କିନ୍ତୁ ଚିକିତ୍ସା ପାଇଁ ପାକିସ୍ତାନୀ ଲୋକ ଭାରତ ଆସିବାକୁ ଭିସା ଆବେଦନ କରିପାରିବେ ।

ଏକ ୟୁଟ୍ୟୁବ ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ମନସୁର କହିଛନ୍ତି, ଯୁବାବସ୍ଥାରେ ହକି ଖେଳୁଥିବା ବେଳେ ସେ ଅନେକ ଭାରତୀୟ ହକିପ୍ରେମୀଙ୍କ ହୃଦୟ ଭାଙ୍ଗିଛନ୍ତି । ଅନେକ ମ୍ୟାଚରେ ଭାରତ ଠାରୁ ବିଜୟ ଛଡାଇ ଆଣିଛନ୍ତି । କିନ୍ତୁ ଏବେ ତାଙ୍କୁ ଭାରତ ସରକାରଙ୍କ ସାହର୍ଯ୍ୟ ଲୋଡା ।

ପାକିସ୍ତାନରେ ମନସୁରଙ୍କୁ ହକି ଜଗତର ଲିଜେଣ୍ଡ ମାନିଥାନ୍ତି । ପାକିସ୍ତାନ ଜାତୀୟ ଦଳ ପକ୍ଷରୁ ମୋଟ ୩୩୮ଟି ମ୍ୟାଚ ଖେଳିଥିବା ମନସୁର ହକି ବିଶ୍ୱକପର ବିଜେତର ଦଳର ପ୍ରମୁଖ ସଦସ୍ୟ ରହିଥିଲେ । କିନ୍ତୁ ଏହି ଜାତୀୟ ଖେଳାଳୀଙ୍କ ଏଭଳି ଅବସ୍ଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe