କନକ ବ୍ୟୁରୋ : ଭାରତୀୟ ବାୟୁ ସୀମାକୁ ପସି ଆସିଥିବା ପାକିସ୍ତାନ ବିମାନକୁ ଜରୁରୀ ଅବତରଣ କରାଇଲା ଭାରତୀୟ ବାୟୁ ସେନା । କରାଚିର ଉଡାଣ ଭରିଥିବା ପାକିସ୍ତାନର ମାଲବାହୀ ବିମାନ ‘ଆେଂଟାନୋଭି ଏଏନ-୧୨ ଜର୍ଜିଆର’ ଜୟପୁର ବିମାନ ବନ୍ଦରରେ ଅବତରଣ କରିଛି । ବାୟୁ ସେନାର କହିବା ଅନୁସାରେ, ପାକିସ୍ତାନ ବିମାନଟି ନିର୍ଦ୍ଧାରିତ ପଥ ଭୁଲି ଭାରତୀୟ ସୀମାକୁ ପଶି ଆସିଥିଲା । ତେଣୁ ତାକୁ ଅବତରଣ କରିବା ପାଇଁ ଭାରତୀୟ ଲଢୁଆ ଜେଟ୍ ବିମାନ ବାଧ୍ୟ କରିଥିଲା । ଏହାପରେ ପାକିସ୍ତାନ ମାଲବାହୀ ବିମାନ ଜୟପୁରରେ ଅବତରଣ କରିଛି ଏବଂ ପାକିସ୍ତାନ ପାଇଲଟଙ୍କୁ ଭାରତୀୟ ବାୟୁସେନା ପଚରାଉଚରା ଜାରି ରଖିଛି ।
‘ଆେଂଟାନୋଭି ଏଏନ-୧୨ ଜର୍ଜିଆର’ ବିମାନକୁ କରାଚିରୁ ଦିଲ୍ଲୀ ରୁଟରେ ଯାତ୍ରା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ହେଲେ ବିମାନଟି ଆକାଶରେ ଉଡୁଥିବା ବେଳେ ଅଧାରାସ୍ତାରେ ରାସ୍ତା ଭୁଲି ଭାରତୀୟ ବାୟୁସେନା ଉତର ଗୁଜତାରକୁ ପଶିଆସିଥିଲା । ଆଉ ଏହାକୁ ଭାରତୀୟ ବାୟୁ ସେନାର ଲଢୁଆ ଜେଟ୍ ଠାବ କରିବା ପରେ ଅବତରଣ କରାଇବା ପାଇଁ ବାଧ୍ୟ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/PAK-AEROPLANE.png)