ଦେଶଦ୍ରୋହ ମାମଲାରେ ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତିଙ୍କୁ ଫାଶୀ ଦଣ୍ଡାଦେଶ। ପରଭେଜ୍ ମୁଶାରଫଙ୍କୁ ମୃତ୍ୟୁ ଦଣ୍ଡ ସଜା ଶୁଣାଇଲେ ପାକ୍ ସ୍ୱତନ୍ତ୍ର କୋର୍ଟ

ଦେଶଦ୍ରୋହ ମାମଲାରେ ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତିଙ୍କୁ ଫାଶୀ ଦଣ୍ଡାଦେଶ। ପରଭେଜ୍ ମୁଶାରଫଙ୍କୁ ମୃତ୍ୟୁ ଦଣ୍ଡ ସଜା ଶୁଣାଇଲେ ପାକ୍ ସ୍ୱତନ୍ତ୍ର କୋର୍ଟ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫକୁ ଫାଶୀ ଦଣ୍ଡାଦେଶ । ମୁଶାରଫଙ୍କୁ ଫାଶୀଦଣ୍ଡର ସଜା ଶୁଣାଇଛି ପାକିସ୍ତାନ ସ୍ୱତନ୍ତ୍ର କୋର୍ଟ । ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ବକାର ଅହମ୍ମଦ ସେଠ୍ ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର କୋର୍ଟର ୩ ସଦସ୍ୟ ପୀଠ ମଙ୍ଗଳବାର ଏଭଳି ରାୟ ଶୁଣାଇଛନ୍ତି । ତେବେ ବର୍ତ୍ତମାନ ପରବେଜ୍ ମୁଶାରଫ ଦୁବାଇରେ ଅଛନ୍ତି । publive-image

ଦେଶଦ୍ରୋହ ଓ ଦେଶ ବିରୋଧରେ ଷଡଯନ୍ତ୍ର କରିବା ଅଭିଯୋଗରେ ଏହି ଦଣ୍ଡାଦେଶ ଦେଇଛନ୍ତି ପାକିସ୍ତାନର ସ୍ୱତନ୍ତ୍ର କୋର୍ଟ । ସେ ରାଷ୍ଟ୍ରପତି ଥିବାବେଳେ ଦେଶରେ ଜରୁରି ପରିସ୍ଥିତି ଜାରି କରିବା ସହ ବିଚାରପତିମାନଙ୍କୁ ଗୃହବନ୍ଦୀ କରିଥିଲେ । ଏହା ବିରୋଧରେ ୨୦୦୭ ନଭେମ୍ବର ୩ରେ ମୁଶାରଫଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ମୁସାରଫ ୨୦୦୧ରୁ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଥିଲେ । ଏବେ ପାକିସ୍ତାନରୁ ବାହାରେ ରହୁଛନ୍ତି । ଦୁବାଇରେ ଥିବା ଅନୁମାନ କରାଯାଉଛି । ତେବେ ମୁଶାରଫ ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe