ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫକୁ ଫାଶୀ ଦଣ୍ଡାଦେଶ । ମୁଶାରଫଙ୍କୁ ଫାଶୀଦଣ୍ଡର ସଜା ଶୁଣାଇଛି ପାକିସ୍ତାନ ସ୍ୱତନ୍ତ୍ର କୋର୍ଟ । ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ବକାର ଅହମ୍ମଦ ସେଠ୍ ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର କୋର୍ଟର ୩ ସଦସ୍ୟ ପୀଠ ମଙ୍ଗଳବାର ଏଭଳି ରାୟ ଶୁଣାଇଛନ୍ତି । ତେବେ ବର୍ତ୍ତମାନ ପରବେଜ୍ ମୁଶାରଫ ଦୁବାଇରେ ଅଛନ୍ତି । /kanak/media/post_attachments/wp-content/uploads/2019/12/former_pakistan_president_parvez_musharraf_file_pic__1576393038-300x169.jpg)
ଦେଶଦ୍ରୋହ ଓ ଦେଶ ବିରୋଧରେ ଷଡଯନ୍ତ୍ର କରିବା ଅଭିଯୋଗରେ ଏହି ଦଣ୍ଡାଦେଶ ଦେଇଛନ୍ତି ପାକିସ୍ତାନର ସ୍ୱତନ୍ତ୍ର କୋର୍ଟ । ସେ ରାଷ୍ଟ୍ରପତି ଥିବାବେଳେ ଦେଶରେ ଜରୁରି ପରିସ୍ଥିତି ଜାରି କରିବା ସହ ବିଚାରପତିମାନଙ୍କୁ ଗୃହବନ୍ଦୀ କରିଥିଲେ । ଏହା ବିରୋଧରେ ୨୦୦୭ ନଭେମ୍ବର ୩ରେ ମୁଶାରଫଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ମୁସାରଫ ୨୦୦୧ରୁ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଥିଲେ । ଏବେ ପାକିସ୍ତାନରୁ ବାହାରେ ରହୁଛନ୍ତି । ଦୁବାଇରେ ଥିବା ଅନୁମାନ କରାଯାଉଛି । ତେବେ ମୁଶାରଫ ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିବେ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/MUSARAF.jpg)