ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଏବଂ ଅନୁଚ୍ଛେଦ ୩୫ ଏ ହଟିବା ପରେ ପାକିସ୍ତାନର ସନ୍ତୁଳନ ଯେଭଳି ଦୋହଲି ଯାଇଛି । ପାକିସ୍ତାନ ସଂସଦରେ ବୁଧବାର ଜଏଣ୍ଟ୍ ସେସନ୍ ସମୟରେ ପାକିସ୍ତାନ ମୁସଲିମ୍ ଲିଗର ସାଂସଦ ମୁଶାହିଦୁଲ୍ଲାହ ଖାନ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଙ୍କ ଜଣେ ମନ୍ତ୍ରୀଙ୍କୁ “କୁକୁର” କହି ସମ୍ବୋଧନ କରିଥିଲେ ।

Advertisment

ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଏବଂ ଅନୁଚ୍ଛେଦ ୩୫ ଏ ହଟାଯିବା ପରେ ପାକିସ୍ତାନରେ ଜଏଣ୍ଟ୍ ସେସନ୍ ଡକାଯାଇଥିଲା । ଏହାପରେ ଗୃହରେ ଜଣଙ୍କ ପରେ ଜଣେ ସାଂସଦ କାଶ୍ମୀରକୁ ନେଇ ନିଜ ବିଚାର ରଖିଥିଲେ । ଠିକ୍ ଏହି ସମୟରେ ଦୁଇଜଣ ସାଂସଦ ନିଜ ଭିତରେ ହିଁ ଯୁକ୍ତିତର୍କ କରିବାକୁ ଲାଗିଲେ । ସାଂସଦ ମୁଶାହିଦୁଲ୍ଲାହ ଖାନ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଙ୍କ ବିଷୟରେ ଆଲୋଚନା କରୁଥିବା ବେଳେ ତାଙ୍କର ଜଣେ ମନ୍ତ୍ରୀ ଫୱାଦ୍ ଚୌଧରୀ ତାଙ୍କୁ ଆଲୋଚନା ମଧ୍ୟଭାଗରେ ହିଁ ରୋକିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ । ଆଉ ଏହି କାରଣକୁ ନେଇ ମୁଶାହିଦୁଲ୍ଲାହ ଖାନ୍ ଫୱାଦ୍ ଚୌଧରୀଙ୍କୁ “ଦବ୍ୱୁ” ବୋଲି କହିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ତୁ ତୁ ମେ ମେ ଲାଗିରହିଲା । କଥା କଟାକଟି ଏତେ ଗମ୍ଭୀର ହେଲା ଯେ ଚେୟାରମ୍ୟାନ୍ ସାଦିକ୍ ଦୁହିଁଙ୍କୁ ବୁଝାଇବାକୁ ମଧ୍ୟ ଚେଷ୍ଟା କଲେ କିନ୍ତୁ ତାଙ୍କ କଥା ଶୁଣୁଛି କିଏ? ରାଗ ଜରଜର ହୋଇ ଖାନ୍ ଚୌଧରୀଙ୍କୁ କହିଲେ , ତୁ ବେଲଜ୍ୟା , ମୁଁ ତତେ ଘରେ ବାନ୍ଧି ଆସିଥିଲି କିନ୍ତୁ ତୁ କୁକୁର ପୁଣି ଏଠିକୁ ଚାଲିଆସିଲୁ । ଖାନ୍ ଙ୍କ ଏହି ବିବାଦୀୟ ବୟାନ ପରେ ଚୌଧରୀ ତାଙ୍କୁ ମୁହଁଭଙ୍ଗା ଜବାବ ଦେବା ପାଇଁ ଅଗ୍ରସର ହେଉଥିବା ବେଳେ ଅନ୍ୟ ନେତାମାନେ ତାଙ୍କୁ ଆଗକୁ ଯିବାକୁ ରୋକି ଦେଇଥିଲେ । ଏହି ସବୁ ଭିତରେ ଚେୟାରମ୍ୟାନ୍ ଏହି ବୟାନକୁ ରେକର୍ଡରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।