ଭୟରେ ବିଳିବିଳାଇଲା ପାକିସ୍ତାନ। ମିଳିତ ଜାତିସଂଘରେ ଆତଙ୍କବାଦକୁ ନେଇ ଭାରତ ବର୍ଷିବା ପରେ ପାକ୍ ମନ୍ତ୍ରୀଙ୍କ ପରମାଣୁ ଆକ୍ରମଣ ଧମକ।

ଭୟରେ ବିଳିବିଳାଇଲା ପାକିସ୍ତାନ। ମିଳିତ ଜାତିସଂଘରେ ଆତଙ୍କବାଦକୁ ନେଇ ଭାରତ ବର୍ଷିବା ପରେ ପାକ୍ ମନ୍ତ୍ରୀଙ୍କ ପରମାଣୁ ଆକ୍ରମଣ ଧମକ।

କନକ ବ୍ୟୁରୋ: ହୁଏତ ପାକିସ୍ତାନକୁ କିଏ କହିବାକୁ ଭୁଲିଯାଇଛି ଯେ, ଭାରତର ଅଗ୍ନି-୫ ପ୍ରସ୍ତୁତ ରହିଛି । ହୁଏତ, ପାକିସ୍ତାନକୁ କିଏ, ମନେ ପକାଇବାକୁ ଭୁଲିଯାଇଛି, ସମୁଦ୍ରକୁ ଓହ୍ଲାଇ ସାରିଛି ଆଇଏନଏସ୍ ମୋର୍ମୁଗାଓ । ନହେଲେ ଜନ୍ମ ହେବା ଦିନଠାରୁ ଗୋଟିଏ ବି ଯୁଦ୍ଧ ଜିତିନଥିବା ଟେରୋଷ୍ଟିସ୍ଥାନ, ବିଶ୍ୱର ୪ର୍ଥ ଶକ୍ତିଶାଳୀ ଏବଂ ୨ୟ ସବୁଠୁ ବଡ଼ ସେନା ଥିବା ଭାରତକୁ ପରମାଣୁର ବୋମାର କାହାଣୀ ଶୁଣାଉନଥାନ୍ତା । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ ପରେ ଏସ୍.ଜୟଶଙ୍କରଙ୍କ ଚାପୁଡ଼ା ବୋଧେ ପାକିସ୍ତାନକୁ ଏମିତି କାଟିଛି ଯେ, ପୁଣି ଥରେ ଭୟରେ ବିଳିବିଳେଇ ଉଠିଛି । ପାକିସ୍ତାନ ପିପୁଲ୍ସ ପାର୍ଟିର ନେତ୍ରୀ ଶାଜିୟା ମାରି, ଆଇମା’ ଗପ ଶୁଣାଇବା ଢ଼ଙ୍ଗରେ କହିଛନ୍ତି- ପାକିସ୍ତାନ ପାଖରେ ପରମାଣୁ ବୋମା ଥିବା କଥା ଭାରତ ଭୁଲିବା ଉଚିତ ନୁହେଁ ।

ପାକିସ୍ତାନ ନେତ୍ରୀ ହୁଏତ ଭୁଲି ଯାଇଛନ୍ତି ଯେ, କାହାକୁ କ’ଣ ମନେ ରଖିବା ଉଚିତ୍ । ଭାରତକୁ ଭୁଲି ନଯିବାକୁ ପରାମର୍ଶ ଦେଉଥିବା ପାକସ୍ତାନ ବୋଧେ ଭୁଲି ଯାଇଛି, କାରଗିଲ ଯୁଦ୍ଧର ପରିଣାମ କ’ଣ ହୋଇଥିଲା? ୧୯୭୧ ଯୁଦ୍ଧରେ ଅପାରଗ ସେନା ସହ ଘଟିଥିଲା କ’ଣ? ପ୍ରଧାନମନ୍ତ୍ରୀଙ୍କ ନାଁରେ ଅପଶବ୍ଦ ବ୍ୟବହାର କରି, ହୁଏତ ପାକିସ୍ତାନ ଭାବି ନେଇଥିଲା ଯେ, ଏହାର ଜବାବ୍୍ ଦେବନି ଭାରତ । ବିଲାୱଲ ଭୁଟ୍ଟୋଙ୍କ କଟାକ୍ଷର ଜବାବ୍୍ ଚାପୁଡ଼ାରେ ମିଳିବା ପରେ ଏବେ, ବିଳିବିଳେଇ ହେଉଛି ପାକିସ୍ତାନ ।

ପାକିସ୍ତାନ ଏକ ଆତଙ୍କବାଦୀ ରାଷ୍ଟ୍ର ଏକଥା କାହାରିକୁ ଅଛପା ନାହିଁ । ଆଉ ସେଭଳି ରାଷ୍ଟ୍ରର ଜଣେ ନେତ୍ରୀ ଯଦି ଭାରତ ଭଳି ଶକ୍ତିଶାଳୀରାଷ୍ଟ୍ରକୁ ଚେତାବନୀ ଦେବେ, ତାକୁ ଚେତାବନୀ କମ, ଭୟ ଅଧିକ ବୋଲି ଦୁନିଆ ଗ୍ରହଣ କରିବ, ଏଥିରେ କୌଣସି ସନ୍ଦେହ ନାହିଁ ।

ପାକିସ୍ତାନରେ ଆର୍ଥିକ ସଙ୍କଟ, ବଲୁଚିସ୍ତାନରେ ବିଦ୍ରୋହ, ସରକାରରେ ଅସ୍ଥିରତା । ଏଭଳି ସ୍ଥିତିରେ, ଭାରତ ବିରୋଧରେ ବିଷ ନଉଗାରିିଲେ, ଏହି ନେତା ଓ ମନ୍ତ୍ରୀଙ୍କୁ ବିଶ୍ୱାସ କରିବ କିଏ? ସେଥିପାଇଁ ଭୟରେ ପାଟିରୁ ବାହାରୁଥିବା ଶବ୍ଦକୁ ନେଇ ଭୋଟରମାନଙ୍କୁ ଖୁସ୍ କରାଇବାକୁ ଚାହୁଁଛନ୍ତି ପାକିସ୍ତାନ ସରକାର । ଯାହାକୁ ଦେଖି ସାରା ବିଶ୍ୱ ହସୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe