କନକ ବ୍ୟୁରୋ : ପାକିସ୍ତାନର ଆର୍ଥିକ ସଂକଟ ଏବେ ଏତେ ଖରାପ ହୋଇଛି କି ଦେଶରେ ଚାଲୁ ରହିଥିବା ପୋଲିଓ ମୁକ୍ତ ଅଭିଯାନ ଏହାଦ୍ୱାରା ପ୍ରଭାବିତ ହୋଇଛି । ଦେଶର ଆଦିବାସୀ ଅଞ୍ଚଳ କୁହାଯାଉଥିବା ଉତ୍ତର ବଜିରିସ୍ତାନରେ ୧୨ ଜଣ ଶିଶୁ ପୋଲିଓ ରୋଗରେ ପୀଡିତ ହେବାପରେ ଏବେ ଏହାକୁ ନେଇ ସାରା ଦେଶର ଅବିଭାବକ ଚିନ୍ତା ପ୍ରକଟ କରିଛନ୍ତି ।

Advertisment

ସାରା ବିଶ୍ୱରୁ ପୋଲିସ ଭଳି ମାରାତ୍ମକ ରୋଗକୁ ସମାପ୍ତ କରିବାକୁ ଯୁଦ୍ଧ ସ୍ତରରେ ଅଭିଯାନ ଚଳାଇଥିବା ବେଳେ ଏବେ ପାକିସ୍ତାନ ଓ ତାର ପଡୋଶୀ ରାଷ୍ଟ୍ର ଆଫଗାନିସ୍ତାନରେ ପୋଲିଓ ରୋଗ ଗମ୍ଭୀର ହେବାରେ ଲାଗିଛି ।

ପାକିସ୍ତାନ ଖବର କାଗଜ ଡନ ମୁତାବକ ଏବେ ଦେଶରେ ପୋଲିଓ ଆକ୍ରାନ୍ତ ହୋଇଥିବା ୧୨ ଟି ମାମଲା ଆସିଛି । ଏହି ୧୨ ଟି ଯାକ ମାମଲା ପଖସ୍ତୁନଖା ଓ ଉତ୍ତର ବଜିରସ୍ତାନ ଅଞ୍ଚଳର ବୋଲି କୁହାଯାଇଛି । ସେପଟେ ପୋଲିଓ ଟିକାକୁ ନେଇ ଦେଶର ଲୋକଙ୍କ ମଧ୍ୟରେ ଭ୍ରମ ଧାରଣା ରହିଛି ବୋଲି ସେଠିକାର କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି । ପାକିସ୍ତାନ ଲୋକମାନଙ୍କ ମନରେ ଧାରଣା କି ସେମାନଙ୍କ ପିଲା ପୋଲିଓ ଟିକା ନେଲେ ଭବିଷ୍ୟତରେ ସେମାନଙ୍କର ପ୍ରଜନନ କ୍ଷମତା ହ୍ରାସ ପାଇବ । ଏହି କାରଣରୁ ଅନେକ ଲୋକ ସେମାନଙ୍କ ପିଲାଙ୍କୁ ପୋଲିଓ ଟିକା ଦେବାରୁ ବଞ୍ଚିତ କରୁଛନ୍ତି । ସେପଟେ ପୋଲିଓ ଟିକା ଦେବାକୁ ଯାଉଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ବିଭିନ୍ନ ସ୍ଥାନରେ ଆକ୍ରମଣ ହେଉଥିବା ଖବର ବି ଆସୁଛି ।