ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ବୈବାହିକ ଜୀବନ ଉପରେ ପ୍ରୋଗ୍ରାମ ପ୍ରସାରଣ କଲା ପାକ୍ ଟିଭି ଚ୍ୟାନେଲ୍ ! ଲାଗିଲା ୧୦ ଲକ୍ଷ ଟଙ୍କାର ଜରିମାନା

288

ପାକିସ୍ତାନର ଏକ ଟିଭି ଚ୍ୟାନେଲକୁ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ବୈବାହିକ ଜୀବନ ଉପରେ କାର୍ଯ୍ୟକ୍ରମ ଦେଖାଇବା ଏବେ ମହଙ୍ଗା ପଡିଛି । ପ୍ରୋଗ୍ରାମରେ ଇମରାନ୍ ଖାନ୍ ଏବଂ ତାଙ୍କ ତୃତୀୟ ପତ୍ନୀ ବୁସରା ବିବିଙ୍କ ମଧ୍ୟରେ ତିକ୍ତତା ଥିବା କଥା କୁହାଯାଇଥିଲା । ଯାହାକୁ ନେଇ ପାକିସ୍ତାନ ଇଲେକ୍ଟ୍ରୋନିକ୍ ମିଡିଆର ରେଗୁଲାର୍ ବଡି ଶନିବାର ଏହି ଟିଭି ଚ୍ୟାନେଲ୍ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ଏହା ସହ ଚ୍ୟାନେଲ୍ କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ନିଜ ପ୍ରାଇମ୍ ଟାଇମ୍ ପ୍ରୋଗ୍ରାମରେ ଲଗାତାର କ୍ଷମାର ପ୍ରସାରଣ କରାଯିବ । କ୍ଷମାକୁ ମଧ୍ୟ ସେହିଭଳି ପ୍ରସାରଣ କରାଯିବ ଯେଭଳି ଭାବରେ ଅଭିଯୋଗ ଲଗାଯାଇଥିଲା ।

ଆପଣଙ୍କୁ କହିରଖୁଛୁ ପାକ୍ କ୍ରିକେଟ୍ ବୋର୍ଡ ଚେୟାରମ୍ୟାନ୍ ମଜମ୍ ସେଟ୍ଟୀ ଚ୍ୟାନେଲ୍ ୨୪ ର ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ଇମରାନ୍ ଖାନଙ୍କ କିଛି ଅଭ୍ୟାସ କାରଣରୁ ତାଙ୍କ ତୃତୀୟ ପତ୍ନୀ ଏବଂ ଇମରାନଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଯାଇଛି । ଏହି ବିବାହର ଅବସ୍ଥା ମଧ୍ୟ ପୂର୍ବ ଦୁଇ ବିବାହ ଭଳି ହେବ ବୋଲି ସେଟ୍ଟୀ କହିଥିଲେ । ଅଥୋରିଟିଙ୍କ କହିବାନୁସାରେ ଯଦି ଚ୍ୟାନେଲ୍ ନିର୍ଦ୍ଦେଶକୁ ପାଳନ କରୁନାହିଁ ତେବେ ପ୍ରୋଗ୍ରାମକୁ ୩୦ ଦିନ ପର୍ଯ୍ୟନ୍ତ ପ୍ରତିବନ୍ଧିତ କରାଯିବ । ଅନ୍ୟପକ୍ଷରେ ଏହି ଅଭିଯୋଗ ଉପରେ ଇମରାନ୍ ଖାନଙ୍କ ତରଫରୁ ବୟାନ୍ ଜାରି କରି କୁହାଯାଇଛି ଯେ ସେ ତାଙ୍କ ବେଗମ୍ ଙ୍କ ସହ ଖୁବ୍ ଖୁସି ଅଛନ୍ତି ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ହସଖୁସିରେ ଜୀବନ ଅତିବାହିତ କରିବେ ।