କାଶ୍ମୀର ପାଇବା ପାଇଁ ଭାରତ ସହ ଗୁଳିଗୋଳାରେ ଖେଳୁଥିବା ପଡୋଶୀ ଶତ୍ରୁ ଦେଶ ପାକିସ୍ତାନ ନିଜ ପିଲାଳିଆମି ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଏବେ ପାକ୍ ର ସତ୍ତାରୁଢ ତହରିକ୍-ଏ-ଇନସାଫ୍ ପାର୍ଟିର ମୁଖ୍ୟ ପେଜରେ ଏକ ଲାଇଭ୍ ପ୍ରେସ୍ କନଫ୍ରେନ୍ସ ସେୟାର୍ କରାଯାଇଥିଲା । ଯେଉଁଥିରେ କେଟ୍ ଫିଲ୍ଟର ଆନ୍ ଥିଲେ । ଏହାପରେ ଜଣେ ପାକ୍ ଆଙ୍କର “ଆପଲ୍ ଆଇଏନସି” କୁ ସେଓ ଭାବି ନେଇଥିଲେ ।
ଆଉ ଏବେ ପାକିସ୍ତାନର ତହରିକ୍ ସେକ୍ରେଟାରୀ ଜେନେରାଲ୍ ଖୁର୍ରମ୍ ନୱାଜ୍ ଜିଟିଏ ଗେମ୍ କୁ ସତ ଭାବି ସେୟାର୍ କରିଛନ୍ତି । ପୂର୍ବ ଓମାନୀ କ୍ରିକେଟର୍ ଖୁର୍ରମ୍ ନୱାଜ୍ ଟ୍ୱିଟରରେ ଗୋଟିଏ ଭିଡିଓ ସେୟାର୍ କରିଥିଲେ । ଯେଉଁଥିରେ ଗୋଟିଏ ପ୍ଲେନ୍ ବିଲ୍ଡିଙ୍ଗ୍ ମଝିରେ ଯାଉଥିବାର ଦୃଶ୍ୟ ରହିଛି । ପ୍ଲେନ୍ ଟି ଟ୍ୟାଙ୍କରକୁ ପିଟିବା ଅବସ୍ଥାରେ କିଭଳି ଦୁଃସାହସିକ ଭାବେ ବିଲ୍ଡଡିଂ ପାର୍ କରିଯାଉଛି ତାହା ଦର୍ଶାଉଛି । ଯାହା ଏକ କମ୍ପ୍ୟୁଟର୍ ଗ୍ରାଫିକ୍ସ ।
କିନ୍ତୁ ଖୁର୍ରମ୍ ନୱାଜ୍ ଟ୍ୱିଟର ପୋଷ୍ଟରେ ଲେଖିଥିଲେ , ଗୋଟିଏ ଏୟାରକ୍ରାଫ୍ଟ ବଡଧରଣର ଦୂର୍ଘଟଣାରୁ ମରୁ ମରୁ ବଚିଂଲା । ପାଇଲେଟ୍ ଙ୍କ ଚମତ୍କାର ତତ୍ପର ବୁଦ୍ଧି ଯୋଗୁଁ ଏହା ସମ୍ଭବ ହୋଇପାରିଲା । ତେବେ ଏହି ପୋଷ୍ଟ୍ ଦେଖିବା ପରେ ୟୁଜର ଖୁର୍ରମ୍ ନୱାଜଙ୍କ ଖୁବ୍ ଟ୍ରୋଲ୍ କରି ମଜା ଉଡାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/Untitled-design-362.png)
/kanak/media/post_attachments/wp-content/uploads/2019/07/Untitled-design-352-300x200.png)
/kanak/media/post_attachments/wp-content/uploads/2019/07/maxresdefault-3-300x169.jpg)
/kanak/media/post_attachments/wp-content/uploads/2019/07/CWZiJHhT_400x400-784x441-300x169.jpg)