୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀକୁ ହତ୍ୟା ଉଦ୍ୟମ । ପାକିସ୍ଥାନ ଜେଲରେ ଖାଦ୍ୟରେ ଦିଆଯାଇଛି ବିଷ । ! ଆର୍ମି ହସ୍ପିଟାଲରେ ଭର୍ତ୍ତି ।

117

ଗତ କିଛିଦିନ ଧରି ପାକିସ୍ଥାନ ମାଟିରେ ଭାରତର ଶତ୍ରୁ ମାନଙ୍କୁ ଅଜଣା ଆତତାୟୀ ଦ୍ଵାରା ହତ୍ୟା କରାଯାଉ ଥିବାର ଖବର ପ୍ରାୟ ସବୁ ଖବରକାଗଜର ମୁଖ୍ୟ ପୃଷ୍ଠା ମଣ୍ଡନ କରୁଛି । ଏହିକ୍ରମରେ ଆଜି ଆଉଏକ ଚଞ୍ଚଲ୍ୟକର ଖବର ସାମନାକୁ ଆସିଛି ।

ମୁମ୍ବାଇରେ ହୋଇଥିବା ୨୬/୧୧  ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା ର କୁଖ୍ୟାତ ଆତଙ୍କବାଦୀ ସାଜିଦ ମୀରକୁ  ପାକିସ୍ଥାନର ଏକ ଜେଲରେ ବିଷ ଦେଇଥିବାର ଅଭିଯୋଗ ହୋଇଛି । ତାକୁ ବାହାବଲପୁରର ସାମରିକ ଡାକ୍ତରଖାନାକୁ ଅଣାଯାଇଛି ଯେଉଁଠାରେ ତାର  ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଏହି ମାମଲାରେ ଜେଲର ଜଣେ ରୋଷେଇଆକୁ ଖୋଜା ଚାଲିଛି ।

ସାଜିଦ ମୀରକୁ ଭାରତ ତାର ମୋଷ୍ଟ ୱାଣ୍ଟେଡ  ଆତଙ୍କବାଦୀ ତାଲିକାରେ ନାମିତ କରିଛି । ମୁମ୍ବାଇରେ ୨୬/୧୧ ଆକ୍ରମଣ ସମୟରେ ତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।  ପ୍ରାରମ୍ଭରେ ପାକିସ୍ତାନ ସାଜିଦ ମୀରର ଅସ୍ତିତ୍ଵକୁ ଅସ୍ଵୀକାର କରୁଥିଲେ । ତାକୁ  ଜଣେ କଳ୍ପିତ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଥିଲା, କିନ୍ତୁ ପରେ ୨୦୨୦ ରେ ପାକିସ୍ତାନ ସରକାର ନିଜେ ତାକୁ ଗିରଫ କରିଥିଲେ । ଆତଙ୍କବାଦ ମାମଲାରେ ୨୦୨୨ ମସିହାରେ ପାକିସ୍ତାନୀ କୋର୍ଟ ତାକୁ ୧୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ସେବେଠାରୁ ସେ ଲାହୋର ଜେଲରେ ରହିଛି ।  ନିକଟରେ ତାକୁ ଲାହୋର ଜେଲରୁ ସେଣ୍ଟ୍ରାଲ ଜେଲ ଡେରା ଗାଜି ଖାନକୁ ସ୍ଥାନାନ୍ତର କରାଯାଇଥିଲା ।

ଖାଦ୍ୟରେ ବିଷ ଦିଆଯାଇଥିବାର ସନ୍ଦେହ

ସୂଚନାନୁସାରେ, ସାଜିଦ ମୀର ଆଜି ସେଣ୍ଟ୍ରାଲ ଜେଲ ଡେରା ଗାଜୀ ଖାନଙ୍କ ଭିତରେ ଚେତାଶୂନ୍ୟ ହୋଇପଡିଥିଲା । ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ବୋଧହୁଏ ତା ଖାଦ୍ୟରେ କିଛି ବିଷାକ୍ତ ପଦାର୍ଥ ଦିଆଯାଇଥିଲା । ଏହି ଖବର ପାଇବା ମାତ୍ରେ ତାଙ୍କୁ ତୁରନ୍ତ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଦ୍ୱାରା ହେଲିକପ୍ଟର ତାକୁ ଯୋଗେ ବାହାବଲପୁରର ସାମରିକ ଡାକ୍ତରଖାନାକୁ ନିଆଯାଇଥିଲା ।  ଯେଉଁଠାରେ ତା ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ଏପର୍ଯ୍ୟନ୍ତ ଯାଞ୍ଚ ବେଳେ ଏହି ମାମଲାରେ ଜଣେ ଜେଲ୍ ରୋଷେଇଆର  ଭୂମିକା ସନ୍ଦେହଜନକ ବୋଲି କୁହାଯାଉଛି । ସିଏ ବର୍ତ୍ତମାନ ଘଟଣା ପରେ ନିଖୋଜ ଥିବା କୁହାଯାଉଛି । କୁହାଯାଏ ଯେ ଏହି ରୋଷେଇଆ ଗତ ଏକ ବର୍ଷ ଧରି ଜେଲରେ କାମ କରୁଥିଲେ ।

ସେନାର ବରିଷ୍ଠ ଅଧିକାରୀଙ୍କ ଜ୍ଵାଇଁ

ସାଜିଦ ମୀର ହେଉଛି ପାକିସ୍ତାନୀ ସେନାର ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କ ଜ୍ବାଇଁ । ସେ ୧୯୯୪ ରୁ ଲଶ୍କର ତୋଇବା ସହିତ ସକ୍ରିୟ ଭାବରେ ଜଡିତ ଅଛି ।  ଆହୁରି ମଧ୍ୟ ପ୍ରମାଣ ଅଛି ଯେ ସାଜିଦ ମୁମ୍ବାଇ ଆକ୍ରମଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ପାକିସ୍ତାନୀ ମୂଳ ଆମେରିକୀୟ ନାଗରିକ ଡେଭିଡ ହେଡଲିଙ୍କୁ ମଧ୍ୟ ଲଶ୍କରରେ ନିଯୁକ୍ତି ଦେବାପଛରେ ସାଜିଦର ଭୂମିକା ଅତ୍ୟନ୍ତ ଗୁରୁତ୍ବପୁର୍ଣ । ସାଜିଦ ମୀର ମଧ୍ୟ ପାକିସ୍ତାନରେ ଅବସ୍ଥିତ ଦାଉଦ ଇବ୍ରାହିମ ଗ୍ୟାଙ୍ଗ ଏବଂ ଆତଙ୍କବାଦୀ ସଂଗଠନ ମଧ୍ୟରେ ସଂଯୋଗ ସ୍ଥାପନ କରିବାର ଏକ ପ୍ରମୁଖ ମାଧ୍ୟମ ଥିଲା ।

  ପ୍ରତ୍ୟାର୍ପଣ ପାଇଁ ଭାରତ ଦାବି କରିଆସୁଛି

୨୦୨୦ ମସିହାରେ ଭାରତ ସାଜିଦଙ୍କୁ ପ୍ରତ୍ୟର୍ପଣ କରିବାକୁ ପାକିସ୍ତାନ ନିକଟରେ ଦାବି କରିଥିଲା । କିନ୍ତୁ ସେତେବେଳେ ପାକିସ୍ତାନ ଏହାର କୌଣସି ଉତ୍ତର ଦେଇନଥିଲା । ସମ୍ପ୍ରତି ରହସ୍ୟମୟ ପରିସ୍ଥିତିରେ ବିଷାକ୍ତ ଖାଦ୍ୟ ଖାଇବା ପରେ ସାଜିଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜେଲର ରୋଷେଇଆକୁ ଧରିବା ପାଇଁ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ କ୍ରମାଗତ ଭାବେ ଚଢାଉ କରୁଛି।