ବ୍ରେକ୍ସିଟ୍ ମାମଲାରେ ଅସଫଳ ରହିବା ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଥେରେସା ମେ ନିଜ ପଦରୁ ଇସ୍ତଫା ଦେବାର ଘୋଷଣା କରିଛନ୍ତି । ଥେରେସା ମେଙ୍କ ଇସ୍ତଫା ସହିତ ବ୍ରିଟେନରେ ନୂଆ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱୀ ସାମନାକୁ ଆସିଲେଣି । ଏପର୍ଯ୍ୟନ୍ତ ମୋଟ୍ ୯ଜଣ ନେତା ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜ ଦାବି ଉପସ୍ଥାପନ କରିଛନ୍ତି । ଏହି ୯ ନେତାଙ୍କ ମଧ୍ୟରେ ଜଣେ ସାଜିଦ୍ ଜାବିଦ ଅଛନ୍ତି ।
ସୂଚନାଯୋଗ୍ୟ, ସାଜିଦ୍ ଜାବିଦ୍ ପାକିସ୍ତାନ ବଂଶୋଦ୍ଭବ ବସ ଡ୍ରାଇଭରଙ୍କ ପୁଅ । ସାଜିଦ୍ ଜାବିଦ(୪୯ ବର୍ଷୀୟ) ଥେରେସା ମେଙ୍କ ସରକାରରେ ଗୃହ ସଚିବ ରହିସାରିଛନ୍ତି । ଏହା ପୂର୍ବରୁ ସାଜିଦ୍ ବ୍ରିଟେନ ସରକାରରେ ସଂସ୍କୃତି ମନ୍ତ୍ରୀ ଓ ଏହା ପୂର୍ବରୁ ବ୍ୟାପାର ସଚିବ ପଦରେ ମଧ୍ୟ ନିଜ ସେବା ଦେଇସାରିଛନ୍ତି । ସେ ରାଜନୀତିକୁ ଆସିବା ପୂର୍ବରୁ ବ୍ୟାଙ୍କିଙ୍ଗ ସେକ୍ଟରରେ ବି କାମ କରିସାରିଛନ୍ତି ।
ଖବର ଅନୁସାରେ, ବର୍ଷ ୨୦୦୯ରେ ସାଜିଦ୍ ବ୍ୟାଙ୍କିଙ୍ଗ ସେକ୍ଟରରେ କ୍ୟାରିୟର ଛାଡି ରାଜନୀତିକୁ ଆସିଥିଲେ । ଜୀବାଦ୍ ଏକ ଟ୍ୱିଟ୍ କରି ପିଏମ୍ ପଦ ପାଇଁ ନିଜ ଦାବି ଉପସ୍ଥାପନ କରିଛନ୍ତି । କିନ୍ତୁ ପୂର୍ବ ବିଦେଶ ସଚିବ ବୋରିସ୍ ଜନସନଙ୍କୁ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ପଦ ପାଇଁ ପସନ୍ଦ କରାଯାଉଛି । ବୋରିସ ଓ ସାଜିଦଙ୍କ ବ୍ୟତୀତ ପିଏମ ରେସେରେ ସାମିଲ ଅନ୍ୟ ଲୋକଙ୍କ ମଧ୍ୟରେ ଏଣ୍ଡ୍ରିଆ ଲିଡସମ୍, ଏସ୍ଥର ମୈକୱେ, ମାଇକଲ ଗୋୱେ, ଡୋମିନିକ୍ ରାବ, ରୋରୀ ଷ୍ଟିୱର୍ଟ, ଜେରେମି ହଣ୍ଟ ଓ ମୈଟ ହୈନକକ୍ ଶୁମାର ଅଛନ୍ତି । ଏ ସମସ୍ତ ନେତା କେନ୍ଦ୍ର ମନ୍ତ୍ରୀ ରହିସାରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/britainhomeminister.jpg)
/kanak/media/post_attachments/wp-content/uploads/2019/05/cxg-300x195.png)
/kanak/media/post_attachments/wp-content/uploads/2019/05/Pak-origin-UK-Home-Secretary-Sajid-Javid-Joins-Race-to-Become-British-PM-300x200.jpg)