ପୁଣି ଚର୍ଚ୍ଚାରେ ପାକିସ୍ତାନର ସରକାରୀ ଟିଭି ନ୍ୟୁଜଚ୍ୟାନେଲ୍ ପିଟିଭି ନ୍ୟୁଜ୍ : ପାକିସ୍ତାନର ନ୍ୟୁଜ୍ ଚ୍ୟାନେଲରେ କାଶ୍ମୀରକୁ ଭାରତର ଅଂଶ ଦେଖାଇ ଆକ୍ରୋଶର ଶିକାର ହେଲା ପିଟିଭି ନ୍ୟୁଜ୍ ।

ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଏହି କଥାକୁ ସ୍ୱୀକାର କରିପାରୁନାହିଁ ପାକିସ୍ତାନ ।

514

ଭାରତର ଅଭିନ୍ନ ଅଙ୍ଗ ହେଉଛି କାଶ୍ମୀର । କିନ୍ତୁ ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଏହି କଥାକୁ ସ୍ୱୀକାର କରିପାରୁନାହିଁ ପାକିସ୍ତାନ । କାଶ୍ମୀରର କିଛି ଅଞ୍ଚଳ ଉପରେ ପାକିସ୍ତାନ ଏବେବି ନିଜର ସ୍ୱାମୀତ୍ୱ ଜାହିର କରୁଛି । ତେବେ ଏହି ଭିତରେ ପାକିସ୍ତାନର ସରକାରୀ ଟିଭି ନ୍ୟୁଜଚ୍ୟାନେଲ୍ ପିଟିଭି ନ୍ୟୁଜ୍ ଭୁଲବଶତଃ କିଛି ଏଭଳି କାମ କରିଛି ଯାହାକୁ ନେଇ ପାକ୍ ଜନତା ଏବଂ ସରକାରଙ୍କ କ୍ରୋଧର ଶିକାର ହେବାକୁ ପଡ଼ିଛି ।

ନିଜ ନ୍ୟୁଜ୍ ଚ୍ୟାନେଲରେ କାଶ୍ମୀର କାଶ୍ମୀର ଘୋଷି ହେଉଥିବା ପାକିସ୍ତାନର ଏହି ସରକାରୀ ନ୍ୟୁଜ୍ ଚ୍ୟାନେଲ୍ ପିଓକେର ଜନସଂଖ୍ୟା ବିଷୟରେ ପ୍ରସାରଣ କରୁଥିଲା । ଏହି ସମୟରେ ଚ୍ୟାନେଲ୍ ଭୁଲବଶତଃ କାଶ୍ମୀରକୁ ଭାରତର ଅଂଶ ବୋଲି କହିଥିଲା । ବାସ୍ ପାକିସ୍ତାନରେ ଆରମ୍ଭ ହେଲା ବୱାଲ୍ । ସୋସିଆଲ୍ ମିଡିଆରେ ଚ୍ୟାନେଲକୁ ପାକିସ୍ତାନ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଲା । ଏନେଇ ପିଟିଭି ସଫେଇ ଦେଇ କହିଥିଲା ଯେ ମାନବୀୟ ଭୁଲ୍ କାରଣରୁ ପାକିସ୍ଥାନର ଭୁଲ୍ ମାନଚିତ୍ର ପ୍ରସାରିତ କରାଯାଇଥିଲା ।

ଅତିଶୀଘ୍ର ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ପିଟିଭି ଏମଡି ଏହି କଥାକୁ ନେଇ କହିଛନ୍ତି ଯେ ତାଙ୍କ ସଂଗଠନ ଏଭଳି କାମକୁ ଭୁଲ୍ ବୋଲି ଭାବୁନାହାନ୍ତି । ଏଭଳି କାମ କରିଥିବା କର୍ମଚାରୀ କ୍ଷମା ପାଇବାର ଯୋଗ୍ୟ ନୁହଁନ୍ତି । ଆପଣଙ୍କୁ କହିରଖୁଛୁ ଯେ ଏହା ପୂର୍ବରୁ ମଧ୍ୟ ପିଟିଭି ଟିଭି ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ଚୀନ୍ କାର୍ଯ୍ୟକ୍ରମ ସମୟରେ ଏକ ବଡ଼ ଭୁଲ୍ କରିଥିଲା । ପେଇଚିଙ୍ଗ୍ ନାମକ ଏକ ଶବ୍ଦ ସ୍ଥାନରେ ଏହି ଚ୍ୟାନେଲ୍ ବେଗିଙ୍ଗ୍ ଲେଖିଥିଲା ଯାହାର ଅର୍ଥ ଭିକ ମାଗିବା ।