ପରମାଣୁ ପଙ୍କରେ ଫସିଗଲେ ଚୀନ୍ ନାଗରିକ ! ଚୀନ୍ ର ୨୦୦ ନାଗରିକଙ୍କ ପାଇଁ ସଂକଟ ଆଣିଦେଲା ପାକିସ୍ତାନ ।

4,648

ଭାରତ ବିରୋଧରେ ବିଭିନ୍ନ ଷଡଯନ୍ତ୍ର ରଚୁଥିବା ପାକିସ୍ତାନର ଗମ୍ଭୀର ସ୍ଥିତି କମ୍ ହେବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ଜମ୍ମୁ-କାଶ୍ମୀର ମାମଲାରେ ପୁରା ଦୁନିଆରେ କୁଟନୀତିକ ସ୍ତରରେ ହାର୍ ମାନିବା ପରେ ପାକିସ୍ତାନ ଏବେ ଆଉ ଏକ ବିପଦର ସାମ୍ନା କରିବାକୁ ଯାଉଛି । ପାକିସ୍ତାନରେ ପରମାଣୁ ଉର୍ଜା ସଂୟତ୍ରରେ କାମ କରୁଥିବା ପାଖାପାଖି ୨୦୦ ଜଣ ନାଗରିକଙ୍କୁ ଡେଙ୍ଗୁ ରୋଗ ହୋଇଯାଇଛି । ଏହି ସବୁ ରୋଗୀଙ୍କୁ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାହା ଏବେ ପାକ୍ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ପାକିସ୍ତାନର ପଡୋଶୀ ତଥା ମିତ୍ର ଦେଶ ଚୀନ୍ ର ନାଗରିକ କରାଚୀର ତଟବର୍ତ୍ତୀ କ୍ଷେତ୍ରର ହାକ୍ସବେ ସ୍ଥିତ ପରମାଣୁ ଉର୍ଜା ସଂୟତ୍ରର ବିଭିନ୍ନ ସ୍ତରରେ କାମ କରୁଛନ୍ତିି । ପାକ୍ ମିଡିଆ ରିପୋର୍ଟ ଅନୁସାରେ , ଡାକ୍ତରୀ ଯାଞ୍ଚ୍ ରେ ଏହି ସବୁ ଚୀନ୍ ନାଗରିକଙ୍କୁ ଡେଙ୍ଗୁ ସଂକ୍ରମଣରେ ପୀଡିତ ଥିବା କଥା କୁହାଯାଉଛି । ରିପୋର୍ଟରେ କୁହାଯାଇଛି , ଡେଙ୍ଗୁ କାରଣରୁ ସିନ୍ଧ ପ୍ରାନ୍ତରେ ଚଳିତ ବର୍ଷ ପାଖାପାଖି ୧୨୦୦ ମାମଲା ସାମ୍ନାକୁ ଆସିଥିଲା । ଏତିକି ନୁହଁ ଡେଙ୍ଗୁ କାରଣରୁ ୬ ଜଣ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଯାଇଛି । ନାଗରିକଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରିବା ସହ ତାଙ୍କ ଚିକିତ୍ସା ମଧ୍ୟ ଆରମ୍ଭ ହୋଇଗଲାଣି ।