ଶ୍ରୀନଗରରୁ ଶାରଜାହ ଯାଉଥିବା ଫ୍ଲାଇଟକୁ ନେଇ ପାକିସ୍ତାନର କଟକଣା, ନିଜ ଏୟାରବେସ ଉପରେ ଲଗାଇଲା ରୋକ

197

କନକ ବ୍ୟୁରୋ : ପଡୋଶୀ ପାକିସ୍ତାନର ବାଚଳାମୀ ଥମିବାରେ ନାଁ ନେଉନି । ଏବେ ପୁଣି ଏୟାରବେସକୁ ନେଇ ଭାରତ ଉପରେ କଟକଣା ଲଗାଇଛି ପାକିସ୍ତାନ । ଜମ୍ମୁ-କାଶ୍ମୀରର ଶ୍ରୀନଗରରୁ ଶାରଜାହ ମଧ୍ୟରେ ଆରମ୍ଭ ହୋଇଥିବା ଓଡାଣକୁ ନେଇ ପାକିସ୍ତାନ ନୂଆ କଟକଣା ଲଗାଇଛି । ଏହି କ୍ରମରେ ପାକ୍ ପକ୍ଷରୁ ନିଜର ଏୟାରବେସରେ ଏହି ଫ୍ଲାଇଟ ଉଡାଣ ଉପରେ ରୋକ୍ ଲଗାଇଛି । ଏହାପରେ ବାଧ୍ୟ ହୋଇ ଫ୍ଲାଇଟ ପୁଣି ଶାରଜାହ ଫେରି ଆସିଛି ।

କୁହାଯାଉଛି କି କାଶ୍ମୀରରୁ ଫ୍ଲାଇଟ ଉଡାଣ କଥା ଜାଣିବା ପରେ ଚମକିଛି ପାକିସ୍ତାନ । ଏହା ପୂର୍ବରୁ ବି କାଶ୍ମୀରରୁ ଉଡାଣ କରିବାକୁ ଥିବା ଅର୍ନ୍ତରାଷ୍ଟ୍ରୀୟ ବିମାନ ପାଇଁ ନିଜ ଏୟାରବେସ ବ୍ୟବହାର କରିବାକୁ ପାକିସ୍ତାନ ରୋକ ଲଗାଇଥିଲା ।

କହିରଖୁ କି ଗୃହମନ୍ତ୍ରୀ ଅମିତ୍ ଶାହା ଅକ୍ଟୋବର ୨୩ ତାରିଖରେ ଶ୍ରୀନଗରରୁ –ଶାରଜାହ ଫ୍ଲାଇଟ ଉଡାଣକୁ ସବୁଜ ପତାକା ଦେଖାଇଥିଲେ । ଏହାକୁ ନେଇ ପାକିସ୍ତାନ ଗଣମାଧ୍ୟମ ଦାବି କରିଛି କି ଭାରତ ତରଫରୁ ପାକିସ୍ତାନ ଏୟାରବେସ୍ ବ୍ୟବହାର ନେଇ ଅନୁମତି ମଗାଯାଇ ନଥିଲା । ଏହି କାରଣରୁ ଏବେ ପାକିସ୍ତାନ ଏଭଳି ପଦକ୍ଷେପ ନେଇଛି ।

ପାକିସ୍ତାନ ତାର ଏୟାରବେସ ବ୍ୟବହାର କରିବା ଉପରେ ରୋକ ଲଗାଇବା ପରେ ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରୀୟା ପ୍ରକାଶ ପାଇଛି । ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦ୍ଦୁଲ୍ଲା ଏହାକୁ ଦୁଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି । ଏନେଇ ସେ ଟ୍ୱିଟ କରି କହିଛନ୍ତି କି ଏହା ପୂର୍ବରୁ ବି ଶ୍ରୀନଗରରୁ ଦୁବାଇ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ପାକିସ୍ତାନ ରୋକିଥିଲା ।