ଭାରତ ବିରୋଧରେ ବିଷ ଓଗାଳିଲେ ପାକିସ୍ତାନର ନୂଆ ସେନା ମୁଖ୍ୟ, ‘କହିଲେ ଶତ୍ରୁକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ’

141

କନକ ବ୍ୟୁରୋ: ଭାରତ ବିରୋଧରେ ବିଷ ଉଦଗାର କରିଛନ୍ତି ପାକିିସ୍ତାନର ନବ ନିଯୁକ୍ତ ସେନା ମୁଖ୍ୟ ଜେନେରାଲ ଆସିମ ସୁନୀର । ସେ କହିଛନ୍ତି ଯେ, ଯଦି ଆମ ଦେଶ ଉପରେ ଆକ୍ରମଣ ହୁଏ ତେବେ ପାକିସ୍ତାନୀ ଶସସ୍ତ୍ର ବଳ ଦେଶର ଇଞ୍ଚେ ଇଞ୍ଚେ ମାଟିର ସୁରକ୍ଷା କରିବା ସହ ଶତ୍ରୁର କଡା ସାମ୍ନା କରିବ’ । ଶନିବାର ଏଲଓସିର ରଖଚିକର ସେକ୍ଟରରେ ସୀମବର୍ତ୍ତୀ ଇଲାକା ପରିଦର୍ଶନ କରିବା ବେଳେ ଏଭଳି ବୟାନ ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ନିକଟରେ ଭାରତ ସରକାର ଜମ୍ମୁ-କାଶ୍ମୀ ଓ ବେଲୁଚିସ୍ତାନକୁ ନେଇ ଅତି ବେପରୁଆ ମନ୍ତବ୍ୟ ଦେଉଛନ୍ତି । କିନ୍ତୁ କହିରଖୁଛୁ, ପାକିସ୍ତାନ ସେନା ଆମ ମାତୃଭୂମିର ପ୍ରତି ଇଞ୍ଚ ମାଟିର ସୁରକ୍ଷା କରିବାକୁ ଶତ୍ରୁ ସହ ଲଢିବାକୁ ପ୍ରସ୍ତୁତ’ । ସୁନୀର ନଭେମ୍ବର ୨୪ ତାରିଖରେ ପାକିସ୍ତାନର ସେନା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।