କନକ ବ୍ୟୁରୋ: ବିଶ୍ୱକପରେ ଭାରତର ଅପରାଜେୟ ଧାରା ବଜାୟ ରହିଛି । ସମସ୍ତଙ୍କ ନଜର ରହିଛି ସେମିଫାଇଲ ଲାଇନ ଉପରେ । ଏହି ସମୟରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଥିରେ ସେ ସେମିକୁ ଯିବା ଲାଗି ପାକିସ୍ତାନକୁ ସାହାଯ୍ୟ କରିବାକୁ ଭାରତକୁ ନିବେଦନ କରିଛନ୍ତି । ବିଶ୍ୱକପରେ ପାକିସ୍ତାନର ସେମିଫାଇନାଲ ଆଶା ମଉଳିବାରେ ଲାଗିଛି । ଦଳ ପରବର୍ତୀ ଦୁଇ ମ୍ୟାଚ ଆଫଗାନିସ୍ତାନ ଓ ବାଲାଂଦେଶ ବିପକ୍ଷରେ ଜିତିଲେ ହିଁ ସେମିଫାଇନାଲ ସ୍ଥାନ ପକ୍କା ହେବାର ସମ୍ଭାବନା ରହିଛି ।

Advertisment

ତଥାପି ପାକିସ୍ତାନକୁ ଅନ୍ୟ ଦଳର ଫଳାଫଳକୁ ଅପେକ୍ଷା କରିବାକୁ ହେବ । ସୋସିଆଲ ମିଡିଆରେ ଛାଡିଥିବା ମେସେଜରେ ସୋଏବ କହିଛନ୍ତି, ଭାରତ ସହାୟତା କଲେ ହିଁ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିପାରିବ । କେବଳ ଭାରତ ଉପରେ ଭରସା । ତୁମେ ଇଂଲଣ୍ଡକୁ ହରାଅ, ଆମେ ଦୁଇ ମ୍ୟାଚ ଜିତିବୁ । ଆଉ ସେମିଫାଇନାଲରେ ତୁମକୁ ଭେଟିବୁ, ସେଠାରେ ତୁମକୁ ହରାଇବୁ ବୋଲି ସୋଏବ ଅଖତାର ଭିଡିଓରେ କହିଛନ୍ତି । ସୋଏବଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।