ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅନ୍ତର୍ଜାତୀୟ ଅପମାନ । ଋଣ ଶୁଝିପାରୁନି କାଙ୍ଗାଳ ପାକିସ୍ତାନ, ଲିଜରେ ଦେଇଥିବା ବିମାନ ଜବତ କରିନେଲା ମିତ୍ରରାଷ୍ଟ୍ର ମାଲେସିଆ 

କାଙ୍ଗାଳ ପାକିସ୍ତାନକୁ ପାନେ ଦେଇଛି ତାର ମିତ୍ରରାଷ୍ଟ୍ର ମାଲେସିଆ

233
ପାକିସ୍ତାନକୁ ଅନ୍ତର୍ଜାତୀୟ ଅପମାନ । କାଙ୍ଗାଳ ପାକିସ୍ତାନକୁ ପାନେ ଦେଇଛି ତାର ମିତ୍ରରାଷ୍ଟ୍ର ମାଲେସିଆ । କଥାହେଲା କ୍ୱାଲଲମପୁର ବିମାନବନ୍ଦରରେ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସର ବିମାନ ଛିଡା ହୋଇଥିଲା । ପାକିସ୍ତାନ ଆସିବାକୁ ବିମାନରେ ସବାର ହୋଇସାରିଥିଲେ କର୍ମଚାରୀ ଓ ଯାତ୍ରୀ । କିନ୍ତୁ ସମସ୍ତଙ୍କୁ ତଳକୁ ଓହ୍ଲାଇ ଦିଆଗଲା । କାରଣ ବିମାନକୁ ଲିଜରେ ନେଇ ଟଙ୍କା ଶୁଝିନଥିଲା ପାକିସ୍ତାନ । ଏହାଠାରୁ ବଡ ଅପମାନ ଆଉ କ’ଣ ହୋଇପାରେ ?
ଋଣ ଶୁଝିନଥିବାରୁ ପାକିସ୍ତାନ ଲିଜରେ ନେଇଥିବା ବିମାନକୁ ମାଲେସିଆର ସରକାରୀ ବିମାନ କମ୍ପାନି ଜବତ କରିନେଇଛି । ପରେ ପାକିସ୍ତାନରୁ ଆଉଏକ ବିମାନ ପଠାଗଲା ଏବଂ କର୍ମଚାରୀ ଓ ଯାତ୍ରୀ ପାକିସ୍ତାନ ଫେରିଥିଲେ । କେବଳ ସେତିକି ନୁହେଁ ଏବେ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ- ପିଆଇଏର ହୋଟେଲକୁ ମଧ୍ୟ ଆମେରିକା ଓ ପ୍ୟାରିସରେ ସିଜ କରାଯାଇଛି । ନିକଟରେ ବ୍ରିଟେନର ଏକ କୋର୍ଟ ପାକିସ୍ତାନ ଉଚ୍ଚାୟୁକ୍ତଙ୍କ ବ୍ୟାଙ୍କ ଖାତାରୁ ୨୮ କୋଟି ୭ ଲକ୍ଷ ଡଲାର ଟ୍ରାନ୍ସଫର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କାଙ୍ଗାଳ ପାକିସ୍ତାନ, ଦୂତାବାସର ବିଦେଶୀ ବ୍ୟାଙ୍କରେ କମ୍ ଟଙ୍କା ଜମା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇମ୍ରାନ ସରକାର ।