ପାକିସ୍ତାନ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ଟିମରେ ସାମିଲ ହେଲେ ୧୧୦ କେଜି ଓଜନର ବ୍ୟାଟ୍ସମ୍ୟାନ୍ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

272

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ୱିକେଟ କିପର ମୋଇନ ଖାନଙ୍କ ପୁଅ ଆଜମ୍ ଖାନ୍ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଦ ଥାପିଛନ୍ତି ।  ତାଙ୍କୁ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୩ ଟିକିଆ ଟି-୨୦ ସିରିଜ ପାଇଁ ପିସିବି ମନୋନୀତ କରିଛି । ସେ ତାଙ୍କ ପ୍ରଥମ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ମ୍ୟାଚରେ ୬ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଯାଇ ୩ ଟି ବଲରୁ ୫ ରନ୍ କରିବାରେ ସକ୍ଷମ ହୋଇଛନ୍ତି ।

ଏହି ମ୍ୟାଚପରେ ଆଜମ୍ ଖାନ ତାଙ୍କ ଓଜନକୁ ନେଇ ବେସ୍ ଚର୍ଚ୍ଚାରେ ଅଛନ୍ତି । କହିରଖୁ କି ଆଜମ୍ ଖାନ ଘରୋଇ କ୍ରିକେଟରେ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ଭାବେ ବେସ୍ ଜଣାଶୁଣା ହୋଇଥିଲେ ବି ତାଙ୍କ ଶାରିରୀକ ଗଠନ ପାଇଁ ତାଙ୍କୁ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ସ୍ଥାନ ମିଳୁ ନଥିଲା । ପାକିସ୍ତାନ ଗଣମାଧ୍ୟମ ମୁତାବକ ‘ଡନ୍’ ମୁତାବକ ଆଜମ୍ ଖାନ ୧୨ ମାସ ମଧ୍ୟରେ ୩୦ କେଜି ଓଜନ କମାଇଛନ୍ତି । ପ୍ରଥମରୁ ସେ ୧୪୦ କେଜି ଥିବା ବେଳେ ଏବେ ୧୧୦ କେଜି ଅଛନ୍ତି । ଆଜମ୍ ଖାନ ନିଜେ ସ୍ୱୀକାର କରିଛନ୍ତି କି ଓଜନ କମିବା ପରେ ସେ ଏବେ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ସ୍ଥାନ ପାଇପାରିଛନ୍ତି ।

ଏହା ପୂର୍ବରୁ ପାକିସ୍ତାନ କ୍ରିକେଟ ଟିମରେ ୪ ଜଣ ଅର୍ନ୍ତରାଷ୍ଟ୍ରୀୟ ଖେଳାଳୀଙ୍କ ପୁଅ ସ୍ଥାନ ପାଇଥିବା ବେଳେ ଆଜମ ଖାନ ଏହି ଧାରାରେ ୫ ନମ୍ବର ସ୍ଥାନରେ ରହିଛନ୍ତି ।