ପାକିସ୍ତାନରେ ମିସ୍ ୟୁନିଭର୍ସକୁ ନେଇ ଚାଲିଥିବା ବିବାଦ ବନ୍ଦ ହେବାର ନାଁ ନେଉନାହିଁ । କରାଚି ବାସିନ୍ଦା ଏରିକା ରବିନ୍ 'ମିସ୍ ୟୁନିଭର୍ସ ପାକିସ୍ଥାନ 2023' ଟାଇଟଲ୍ ଜିତିଥିଲେ । ଏହି ଟାଇଟଲ୍ ହାସଲ କରିବାରେ ସେ ପାକିସ୍ତାନର ପ୍ରଥମ ମହିଳା କିନ୍ତୁ  ତାଙ୍କ ଦେଶର ଲୋକମାନେ ତାଙ୍କ ବିରୋଧରେ ରଣହୁଙ୍କାର ଦେଲେଣି ।

Advertisment

ପାକିସ୍ତାନର କରାଚି ନିବାସୀ ଏରିକା ରବିନ୍ 'ମିସ୍ ୟୁନିଭର୍ସ ପାକିସ୍ଥାନ 2023' ଆଖ୍ୟା ଅର୍ଜନ କରି ଦେଶର ପ୍ରଥମ ମହିଳା ଭାବରେ ଏହି ଟାଇଟଲ୍ ହାସଲ କରିଛନ୍ତି। କିନ୍ତୁ ପରିସ୍ଥିତି ଏପରି ଯେ ଏରିକାଙ୍କ ଘରେ ଏହି ବିଜୟ ଉତ୍ସବ ପାଳନ  କରାଯାଇ ପାରିଲାନାହିଁ । ବରଂ ଓଲଟି ସେ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି ଏବଂ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବାକୁ ଯାଉଛି ।

ସେପ୍ଟେମ୍ବର ୧୪ ରେ ମାଲଦ୍ୱୀପରେ ମିସ୍ ୟୁନିଭର୍ସ ପାକିସ୍ଥାନ ଟାଇଟଲ୍ ଜିତିଥିବା ଏରିକା ରବିନଙ୍କ  ବିରୋଧରେ ଏବଂ ଏହି ଘଟଣାର ତଦନ୍ତ ହେବ।

ମିଡ଼ିଆ  ରିପୋର୍ଟ ଅନୁଯାୟୀ ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାର-ଉଲ-ହକ କାକର ଗୁପ୍ତଚର ଏଜେନ୍ସି ଆଇଏସଆଇକୁ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

୨୪ ବର୍ଷୀୟା ଏରିକା ରବିନ୍ ଜଣେ ଖ୍ରୀଷ୍ଟିଆନ । ସେ ୧୪ ସେପ୍ଟେମ୍ବରରେ ମାଲଦ୍ୱୀପରେ ମିସ୍ ୟୁନିଭର୍ସ ପାକିସ୍ଥାନ ଟାଇଟଲ୍ ଜିତିଥିଲେ । ନଭେମ୍ବରରେ ଏଲ ସାଲଭାଡୋରରେ ଆୟୋଜିତ ହେବାକୁ ଥିବା ମିସ୍ ୟୁନିଭର୍ସ 2023 ରେ ସେ ପାକିସ୍ତାନର ପ୍ରତିନିଧିତ୍ୱ କରିବେ। ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଏହି ଟାଇଟଲ ଜିତିଥିବା ଏରିକା ହେଉଛନ୍ତି ପ୍ରଥମ ପାକିସ୍ତାନୀ ।

ଦୁବାଇ କମ୍ପାନୀ ଇଉଜିନ୍ ଗ୍ରୁପ୍ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି କମ୍ପାନୀ ବାହାରିନ ଏବଂ ଇଜିପ୍ଟରେ ମଧ୍ୟ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ପାକିସ୍ତାନର ବହୁ ଧାର୍ମିକ ନେତା ତଥା ପ୍ରଧାନମନ୍ତ୍ରୀ କାକର ନିଜେ ଏହି ଘଟଣାକୁ ଦେଶ ବିରୁଦ୍ଧରେ ଷଡଯନ୍ତ୍ର ବୋଲି କହିଛନ୍ତି ।

ଆୟୋଜକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ 

ଏହି ଘଟଣା ପରେ ପାକିସ୍ତାନର ମୋଲବାଦୀ ଧାର୍ମିକ ନେତାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଜଣେ ମୋଲବାଦୀ ତାକି ଉସମାନି କହିଛନ୍ତି- ସର୍ବପ୍ରଥମେ ସରକାର ଏହି କାର୍ଯ୍ୟକ୍ରମର ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଆମେ କଦାପି ଏହା ଗ୍ରହଣ କରିବୁ ନାହିଁ ଯେ କୌଣସି ପାକିସ୍ତାନୀ ଝିଅ ଏଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ ବୋଲି । ଜଣେ ପାକିସ୍ତାନୀ ରାଜନେତା ମୁସ୍ତାକ ଅହମ୍ମଦ ଖାନ କହିଛନ୍ତି- ଏହି ଲଜ୍ଜାଜନକ କାର୍ଯ୍ୟକ୍ରମ କିଏ ଆୟୋଜନ କଲା ? ତାଙ୍କୁ ଗିରଫ କରାଯିବା ଉଚିତ୍। ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ କାକର ଗୁପ୍ତଚର ଏଜେନ୍ସି ଆଇଏସଆଇକୁ ପାକିସ୍ତାନର ନାମ ବ୍ୟବହାର କରିବାକୁ ଆୟୋଜକମାନଙ୍କୁ କିଏ ଅନୁମତି ଦେଇଛନ୍ତି ତାହା ଜାଣିବାକୁ କହିଛନ୍ତି ? ଏହି ଘଟଣା ପାକିସ୍ତାନର ମହିଳାମାନଙ୍କ ପ୍ରତି ଲଜ୍ଜାଜନକ ଏବଂ ଅପମାନଜନକ ଥିଲା ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ।