ପାକିସ୍ତାନରେ ଆଉ ଏକ ଭାରତର ଶତ୍ରୁକୁ ହତ୍ୟା । କରାଚିରେ ଲଶ୍କରର ଅଦନାନ୍ କୁ ଗୁଳି,  CRPF ଗାଡି ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା

54

ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର କୁଖ୍ୟାତ ଆତଙ୍କବାଦୀ ଅଦନାନ୍ ଅହମ୍ମଦକୁ  କରାଚିରେ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି । ୨୦୧୬ ରେ  ଜାମ୍ମୁ କାଶ୍ମୀରର ପାମ୍ପୋର ଅଞ୍ଚଳରେ CRPF କନଭେନ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥଲା ଅଦନାନ ଅହମ୍ମଦ ।

ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମାନଙ୍କୁ ବିଦେଶରେ ବିଶେଷ କରି ଏବେ ପାକିସ୍ତାନରେ ଜଣକ ପରେ ଜଣକୁ ହତ୍ୟା ଚାଲିଛି । ଅଜ୍ଞାତ ଆତତାୟୀଙ୍କ ଦ୍ଵାରା ଏମାନଙ୍କୁ କିଏ ହତ୍ୟା କରୁଛି କିଛି ଜଣାପଡିନି ।  ଏହି କ୍ରମରେ ଏଥର ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା ସହିତ ଜଡିତ ଅଦନାନ୍ ଅହମ୍ମଦକୁ  କରାଚିରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଗୁଳି କରି ହତ୍ୟା କରାଯାଇଛି । ଜାମ୍ମୁ କାଶ୍ମୀରର ପାମ୍ପୋର ଅଞ୍ଚଳରେ CRPF କନଭେନ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଅଦନାନ ଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଲଶ୍କର ଆତଙ୍କବାଦୀ ଅଦନାନ୍ ନିଜର ଜଣେ ସାଥୀଙ୍କ ସହ କରାଚି ଯାଉଥିବାବେଳେ ହଠାତ୍ ଜଣେ ଅଜ୍ଞାତ ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲା । ଏହି ଆକ୍ରମଣରେ ଅଦନାନ୍ ଦେହରେ ଦୁଇଟି ଗୁଳି ବାଜିଥିଲା ଏବଂ ଘଟଣାସ୍ଥଳରେ ହୁଁ ମୃତ୍ୟୁ ବରଣ କରିଥିଲା ।

ଅଦନାନ୍ ଓରଫ  ହଞ୍ଜାଲା ଅଦନାନର ସୁରକ୍ଷା ପାଇଁ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ତାକୁ ଏକ ସୁରକ୍ଷିତ ଘରେ ରଖିଥିଲେ ଯେଉଁଠାରେ ପାକିସ୍ତାନୀ ସେନାର ଅଙ୍ଗରକ୍ଷୀମାନେ ମଧ୍ୟ ତାର ସୁରକ୍ଷା ପାଇଁ ନିୟୋଜିତ ହୋଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୫ ତାରିଖ ରାତିରେ ତାକୁ   ଉକ୍ତ ସେଫ ହାଉସ ବାହାରେ ହିଁ  ଗୁଳି କରାଯାଇଥିଲା ।

୨୦୧୬ ରେ ଜାମ୍ମୁ କାଶ୍ମୀରର ପାମ୍ପୋର ଅଞ୍ଚଳରେ CRPF କନଭେନ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଅଦନାନ ଥିଲା । ସେହି ଆକ୍ରମଣରେ ସେନାର ୮ ଜଣ ସୈନିକ ନିକ ସହିଦ ହୋଇଥିଲେ ଏବଂ ଅନ୍ୟ ୨୨ ଜଣ ଆହତ ହୋଇଥିଲେ । ଏହାପୂର୍ବରୁ ୨୦୧୫  ମସିହାରେ ତା ଯୋଜନାରେ ସେ ଜାମ୍ମୁର ଉଦାମପୁରରେ ବିଏସଏଫ କନଭେନ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା ।  ସେହି ଆକ୍ରମଣରେ ଦୁଇଜଣ ବିଏସ୍ଏଫ୍ ସୈନିକ ସହିଦ ହୋଇଥିଲେ ଏବଂ ୧୩ ଜଣ ଆହତ ହୋଇଥିଲେ। ଏହି ମାମଲାରେ ଏନଆଇଏ ଚାର୍ଜସିଟ୍ ଦାଖଲ କରିଥିଲା ।