ଭାରତରେ ଚାଷୀ ଆନ୍ଦୋଳନ ନେଇ ଛାନିଆ ହେଲାଣି ପାକିସ୍ତାନ : ପାକ୍ ମିଡିଆରେ ଖବର, ଚାଷୀଙ୍କଠାରୁ ଧ୍ୟାନ ହଟାଇବାକୁ ଭାରତ କରିପାରେ ସର୍ଜିକାଲ ଷ୍ଟ୍ରାଇକ୍

ସୀମାରେ ସେନାକୁ ଆଲର୍ଟ କଲେ ଇମ୍ରାନ୍ ସରକାର

440

କନକ ବ୍ୟୁରୋ : ଭାରତରେ ଚାଷୀ ଆନ୍ଦୋଳନକୁ ନେଇ ସୀମା ସେପାଖରେ ଛାନିଆ ହେଲାଣି ପାକିସ୍ତାନ । ପାକିସ୍ତାନ ଗଣମାଧ୍ୟମରେ ଏବେ ଭାରତର ଚାଷୀ ଆନ୍ଦୋଳନ ପାଲଟିଛି ବଡ ଖବର । ଭାରତରେ ଚାଷୀ ଆନ୍ଦୋଳନକୁ ନେଇ ମୋଦି ସରକାର ଅଡୁଆ ଜନକ ସ୍ଥିତିରେ ରହିଛନ୍ତି । ଏହା ଉପରୁ ନଜର ହଟାଇବା ପାଇଁ ଏହି ସମୟରେ ପାକିସ୍ତାନ ଉପରେ ଭାରତ ସର୍ଜିକାଲଷ୍ଟ୍ରାଇକ୍ କରିପାରେ ବୋଲି ପାକିସ୍ତାନର ଅନ୍ୟତମ ଜାତୀୟ ଖବରକାଗଜ ଦି ଟ୍ରିବ୍ୟୁନ୍ ଖବର ପ୍ରକାଶ କରିଛି ।

ସାରା ଦେଶ ବାସୀଙ୍କ ନଜର ବର୍ତମାନ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ଉପରୁ ହଟାଇବାକୁ ଭାରତ ସରକାର ଏପରି କରିପାରନ୍ତି ବୋଲି ଆଗୁଆ ଆଶଙ୍କା କରିଛି ପାକିସ୍ତାନ । ଏହାକୁ ନେଇ ସୀମାରେ ପାକିସ୍ତାନ ହାଇଆଲର୍ଟ ଜାରି କରିଛି । ଭାରତରେ ଥିବା ନରେନ୍ଦ୍ର ମୋଦିଙ୍କ ଉଗ୍ର ହିନ୍ଦୁ ବାଦ ସରକାର କୌଣସି ପରିସ୍ଥିତିକୁ ଯାଇପାରେ ବୋଲି ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଆନ୍ଦୋଳନରେ ଥିବା ଶିଖ ଚାଷୀଙ୍କ ଠାରୁ ଯେପରି ଖଲିସ୍ତାନୀ ଆନ୍ଦୋଳନକୁ ବଳ ନମିଳେ ସେଥିପାଇଁ ଭାରତ ସର୍ଜିକାଲଷ୍ଟ୍ରାଇକ୍ କରିବ ବୋଲି ଆକଳନ କରିଛି । ଏହାକୁ ନଜରରେ ରଖି ଇମ୍ରାନ୍ ଖାନ୍ ସରକାର ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲ ଏବଂ ସୀମାରେ ଅତିରିକ୍ତ ସୈନ୍ୟ ମୁତୟନ କରିଥିବା ଖବର ଆସିଛି ।