Pakistan Tehreek-e-Insaf party activists and supporters of former Pakistan's Prime Minister Imran stand beside burning tyres as they block a road during a protest against the arrest of their leader in Hyderabad on May 9, 2023. Imran Khan was arrested on May 9, police said, during a court appearance for one of dozens of cases pending since he was booted from office last year. (Photo by Akram SHAHID / AFP)
କନକ ବ୍ୟୁରୋ: ଏୟାରଫୋର୍ସ ମେମୋରିଆଲ, କମାଣ୍ଡର ହାଉସ, ଏଟେରିଙ୍ଗ ଡିଫେନ୍ସ ହେଡକ୍ୱାର୍ଟର, ବର୍ଣ୍ଣିଂ ରେଡିଓ ଅଫିସ ପାକିସ୍ତାନ ଗିରଫ ହୋଇନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ପାକିସ୍ତାନ ରେଂଜର୍ସ, କୋର୍ଟ ପରିସର ଭିତରେ ଇମ୍ରାନଙ୍କୁ ଗିରଫ କରିଛି । ଇସଲାମାବାଦ ହାଇକୋର୍ଟ ବାହାରେ ରେଂଜର୍ସ ଦ୍ୱାରା ଗିରଫ ହୋଇଛନ୍ତି ଇମ୍ରାନ ଖାନ୍ । ଏହା ପରେ ପୁରା ପାକିସ୍ତାନ ଅଶାନ୍ତ ହୋଇପଡିଛି । ଅଲ-କାଦିର ଟ୍ରଷ୍ଟ ମାମଲାରେ ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରାଯାଇଥିବା ଜଣା ପଡିଛି ।
ଜେଲରେ ଇମ୍ରାନ: ଜଳୁଛି ପାକିସ୍ତାନ
ଇମ୍ରାନଙ୍କ ଗିରଫ ପରେ ପାକିସ୍ତାନରେ ୧୪୪ ଧାରା ଲାଗୁ
ଇସଲାମାବାଦରେ ହିଂସା, ରାସ୍ତାରାସ୍ତାରେ ଇମ୍ରାନଙ୍କ ସମର୍ଥକ
ପାକିସ୍ତାନରେ ମୋବାଇଲ ଓ ଇଂଟରନେଟ ସେବା ବନ୍ଦ
ପାକିସ୍ତାନର ବିଭିନ୍ନ ସ୍ଥାନରେ ଇମ୍ରାନ ସମର୍ଥକଙ୍କ ଭଙ୍ଗାରୁଜା ଓ ପୋଡାଜଳା
ରେଡିଓ ପାକିସ୍ତାନରେ ନିଆଁ ଲଗାଇଲେ ଇମ୍ରାନଙ୍କ ସମର୍ଥକ
ରାୱଲପିଣ୍ଡିରେ ସେନା ମୁଖ୍ୟ କାର୍ଯ୍ୟାଳୟକୁ ଧସେଇ ପଶି ଇମ୍ରାନ ସମର୍ଥକ ହଙ୍ଗାମା
ଭିଡକୁ ନିୟନ୍ତ୍ରିତ କରିବାକୁ ସେନାର ଫାୟାରିଙ୍ଗ
ପାକିସ୍ତାନର ଅନ୍ୟ ଅଂଚଳକୁ ବ୍ୟାପୁଛି ହିଂସା
କ୍ୱେଟାରେ ଜଣେ ପିଟିଆଇ ସମର୍ଥକ ମୃତ ଓ ଅନେକ ଆହତ ସୂଚନା
କ୍ୱେଟାର ବି ସେନାର ଗୁଳିମାଡ
ଲାହୋର କ୍ୟାଂଟରେ ଜଣେ ସୈନ୍ୟ ଅଧିକାରୀଙ୍କ ଘରେ ପଶିଲେ ଇମ୍ରାନଙ୍କ ସମର୍ଥକ
ଫୈସଲାବାଦ ସମେତ ବିଭିନ୍ନ ସହରରେ ପ୍ରବଳ ଜାମ୍
ପ୍ରଦର୍ଶନକାରୀଙ୍କୁ ଦେଖିଲା ମାତ୍ରେ ଗୁଳି ଚଲାଇବାକୁ ନିର୍ଦ୍ଦେଶ
କାଲି କୋର୍ଟରେ ହାଜର ହେବେ ଇମ୍ରାନ ଖାନ୍
ଇମରାନ ଖାନ୍ଙ୍କ ଦଳ ପାକିସ୍ତାନ ତେହରିକେ ଇନସାଫ ତରଫରୁ ତାଙ୍କୁ ଗିରଫ କରାଯିବାର ଭିଡିଓ ସେୟାର କରାଯାଇଛି । ନିଜ ବିରୋଧରେ ଦାୟର କିଛି ମାମଲାରେ ଜାମିନ୍ ଆବେଦନ ପାଇଁ ଇସଲାମାବାଦ ହାଇକୋର୍ଟ ପହଁଚିଥିଲେ ପିଟିଆଇ ମୁଖ୍ୟ ଇମ୍ରାନ । ଠିକ୍ ଏହି ସମୟରେ କୋର୍ଟ ପରିସରରେ ପହଁଚି ଜୋର ଜବରଦସ୍ତ ଇମ୍ରାନଙ୍କୁ ଗିରଫ କରିଛି ପାକିସ୍ତାନ ରେଂଜର୍ସ । ଏହି ସମୟରେ ରେଂଜର୍ସମାନେ କୋର୍ଟ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଘଟଣାରେ ଇମ୍ରାନଙ୍କ ଓକିଲ ସମେତ ଅନେକ ସାଧାରଣ ଲୋକ ଆହତ ହୋଇଥିବା ଜଣାପଡିଛି । ନିକଟରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପ୍ରମୁଖ ମେଜର ଜେନେରାଲ ଫୈଜଲ ନସୀରଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ ଇମ୍ରାନ ଖାନ୍ । ସେ ଅଭିଯୋଗ କରି କହିଥିଲେ, ଆଇଏସଆଇ ପ୍ରମୁଖ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛନ୍ତି । ଇମ୍ରାନଙ୍କ ଏଭଳି ବୟାନକୁ ପାକ୍ ସେନା ଖୁବ୍ ବିରୋଧ କରିଥିଲା ଏବଂ ଇମ୍ରାନଙ୍କ ଘୋର ନିନ୍ଦା ମଧ୍ୟ କରିଥିଲା ।
Follow Us