ରାଜନୈତିକ ଅସ୍ଥିରତା ଆଡକୁ ଗତି କରୁଛି ପାକିସ୍ତାନ : ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଓଲଟା ଗଣତି ଆରମ୍ଭ

 ଗୋଟିଏ ପରେ ଗୋଟିଏ ସଂଯୁକ୍ତ ବିରୋଧୀ ମୋର୍ଚ୍ଚାର ବିଶାଳ ରାଲିରେ ଲକ୍ଷାଧିକ ଲୋକଙ୍କ ସମାଗମ

176

କନକ ବ୍ୟୁରୋ : ରାଜନୈତିକ ଅସ୍ଥିରତା ଆଡକୁ ଗତି କରୁଛି ପାକିସ୍ତାନ । ଇମ୍ରାନ ସରକାରଙ୍କ ପ୍ରତି ଦେଖାଦେଇଛି ସଙ୍କଟ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଓଲଟା ଗଣତି ଆରମ୍ଭ ହୋଇଯାଇଛି ।  ଗୋଟିଏ ପରେ ଗୋଟିଏ ସଂଯୁକ୍ତ ବିରୋଧୀ ମୋର୍ଚ୍ଚାର ବିଶାଳ ରାଲିରେ ଲକ୍ଷାଧିକ ଲୋକ ସମାଗମ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛି ଇମ୍ରାନ ସରକାର ।

ସେପଟେ , ସମସ୍ତ ପ୍ରତିପକ୍ଷ ଦଳ ଏକାଠି ହୋଇ ଶାସକ ପାକିସ୍ତାନ ତେହରିକ-ଏ-ଇନସାଫ ଓ ଏହାର ନେତାଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି ।ମିଳିତ ସଭା କରି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ।  ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଓଲଟା ଗଣତି ଆରମ୍ଭ ହୋଇଛି । କରାଚିରେ ସଂଯୁକ୍ତ ବିରୋଧୀ ମୋର୍ଚ୍ଚାର ବିଶାଳ ରାଲି । ପାକିସ୍ତାନ ତେହରିକ-ଏ-ଇନସାଫ ଓ ନେତାଙ୍କ ବିରୋଧରେ ଏକାଠି ହେଲେ ପ୍ରତିପକ୍ଷ ।