ଭୟଙ୍କର ଆର୍ଥିକ ସଙ୍କଟ ଭିତରେ ପାକିସ୍ତାନରେ ହାହାକାର ସ୍ଥିତି। ଓଳିଏ ଖାଇଲେ ଓଳିଏ ଓପାସ।

159

କନକ ବ୍ୟୁରୋ: ଆର୍ଥିକ ସଙ୍କଟ ଭିତରେ ପାକିସ୍ତାନ ଯେଉଁ ଅବସ୍ଥା ଦେଇ ଗତି କରୁଛି ତାହା ବୋଧହୁଏ ଇତିହାସରେ ପ୍ରଥମ । ଦରଦାମ ବୃଦ୍ଧି ଯୋଗୁଁ ଦୁଇ ଓଳି ଖାଦ୍ୟ ଯୋଗାଡ କରିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡୁଛି । ଏହାରି ଭିତରେ ସାମ୍ନାକୁ କିଛି ଏମିତି ତଥ୍ୟ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେତେବେଳେ ସୈନିକଙ୍କୁ ଖାଦ୍ୟ ଓ ଦରମା ଦେବାରେ ଶେହବାଜ ସରକାର ବିଫଳ ହେଉଥିବା ଖବର ଆସୁଛି ତ ପୁଣି କେଉଁଠି ସ୍କୁଲରେ ତାଲା ପଡିଲାଣି । କେବଳ ଏତିକି ନୁହେଁ ଖର୍ଚ୍ଚ କାଟ କରି ୩ବେଳା ବଦଳରେ ଓଳିଏ ରୋଷେଇ କରୁଛନ୍ତି ଲୋକେ ।

ପାକିସ୍ତାନର ସ୍ଥିତି ବେହାଲ
-ଖର୍ଚ୍ଚ ପାଇଁ ଅର୍ଥ ନାହିଁ, ସ୍କୁଲରେ ପଡିଲାଣି ତାଲା
-ପାଠପଢା ଅର୍ଥ ବହନ କରିବା କଷ୍ଟକର
-ପିଲା ଯାଉନାହାନ୍ତି ସ୍କୁଲ
-ବାଧ୍ୟ ହୋଇ ଶ୍ରମିକ ଭାବେ କାମ କରୁଛନ୍ତି ଛୋଟ ପିଲା
-ଲୋକଙ୍କୁ ମିଳୁନି ଦୁଇ ବେଳା ଖାଦ୍ୟ
-ଓଳିଏ ରୋଷେଇ ପାଇଁ ଲୋକେ ବାଧ୍ୟ
-ପାକିସ୍ତାନ ସେନାକୁ ଖାଦ୍ୟ ଯୋଗାଇବାରେ ବିଫଳ ସରକାର
-ସୈନିକଙ୍କୁ ଉଚିତ୍ ଖାଦ୍ୟ ଓ ଦରମା ମିଳୁନାହିଁ
-ଚିଠି ଲେଖି ସେନାର ଶୀର୍ଷ କମାଣ୍ଡରଙ୍କ ଅଭିଯୋଗ
-ସେନାମୁଖ୍ୟାଳୟକୁ ଚିଠି ଲେଖିଲେ ସେନାର ଶୀର୍ଷ କମାଣ୍ଡର
-ସ୍ପେଶାଲ ଫଣ୍ଡିଂ ପାଇଁ ସେନା ମୁଖ୍ୟଙ୍କ ଦାବି
-ପାକିସ୍ତାନର ମୁଦ୍ରାସ୍ପୀତି ହାର ୩୧%ରୁ ଟପିସାରିଛି
-ମୁଦ୍ରାସ୍ପିତି ଗତ ୫୮ବର୍ଷ ମଧ୍ୟରେ ସର୍ବାଧକ
-ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ
-ରାସ୍ତାରେ ଆଉ ଆଗଭଳି ଗଡୁନି ଗାଡ଼ି
-ପାକିସ୍ତାନର ଅବସ୍ଥା ପାଇଁ ପୂର୍ବତନ ସରକାରଙ୍କୁ କରାଯାଇଛି ଦାୟୀ
-ପିଟିଆଇ ନେତା ଇମ୍ରାନ ଖାନଙ୍କୁ ଦାୟୀ କରିଛନ୍ତି ଅର୍ଥମନ୍ତ୍ରୀ ଇସହାକ ଡାର
-ଇମ୍ରାନ ସରକାର ଦେଶର ଅର୍ଥବ୍ୟବସ୍ଥାକୁ ବିଗାଡିଥିବା ଅଭିଯୋଗ