ରାଜନାଥଙ୍କ ଚେତାବନୀ… ଡରିଗଲାକି ପାକିସ୍ତାନ? 

315

କନକ ବ୍ୟୁରୋ : ଗତ କିଛିଦିନ ତଳେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ବିରୋଧରେ ଏକ ବୟାନ ରଖିଥିଲେ । ପାକିସ୍ତାନକୁ ଟାର୍ଗେଟ୍ କରି କହିଥିଲେ, ବେଳ ଥାଉ ଥାଉ ଯଦି ପାକିସ୍ତାନ ନସୁଧୁରେ ତାହେଲେ କଡା ଯବାବ ଦେବ ଭାରତ । ରାଜନାଥଙ୍କ ଏହି ବୟାନ ପରେ ପାକିସ୍ତାନ ଚିହିଁକି ଉଠିଛି । ଭରତର ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ ଅତ୍ୟନ୍ତ ଦାୟିତ୍ୱହୀନ  ଏବଂ ଅନାବଶ୍ୟକ ବୋଲି ପାକିସ୍ତାନ କହିଛି ।

ଶାହା ମେହେମ୍ମୁଦ ଖୁରେସୀ ରାଜନାଥଙ୍କ ବୟାନ ଉପରେ ଟିପ୍ପଣି କରି କହିଛନ୍ତି, ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି ଭାରତ ମନ୍ତ୍ରୀ । ଏହିଥିରୁ ସ୍ପଷ୍ଟ ହେଉଛି ପାକିସ୍ତାନ ପ୍ରତି ଭାରତ ଆଭିମୁଖ୍ୟ କଣ । ଏଥିରେ କୌଣସି ସନ୍ଦେହ ନାହିଁ କି ଭାରତର ଲିଡର୍ସମାନେ ପଡୋଶୀ ଦେଶ ଉପରେ ଆଙ୍ଗୁଠି ଉଠାଇ ମିଛ ଅଭିଯୋଗ କରିଥାନ୍ତି । ପାକିସ୍ତାନ ପ୍ରତି ଭାରତର ଥିବା ଘୃଣାଭାବ ଏବେ ପଦାକୁ ଆସିସାରିଛି । ବିଶ୍ୱ ସମୁଦାୟରେ ଭାରତର କଥା ମାନିବାକୁ କେହିବି ନାହାନ୍ତି । ମେହେମ୍ମୁଦ ଖୁରେସି ଆହୁରି ମଧ୍ୟ କହିଛନ୍ତି କି, ପାକିସ୍ତାନ କାହାକୁ ଡରେନି, ପାକିସ୍ତାନ ନିଜର ସୁରକ୍ଷା ନିଜେ କରିପାରିବ ।