ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ପଡିଲାଣି । ଟଙ୍କା ଅଭାବରୁ ହନ୍ତସନ୍ତ ହେଉଥିବା ପାକ୍ ସରକାରଙ୍କ ଉପରେ ଏବେ ଆହୁରି ବୋଝ ପଡିବାକୁ ଯାଉଛି । ପାକିସ୍ତାନ ଅନ୍ତର୍ଜାତୀୟ କୋର୍ଟରେ ଏକ ବଡ କେସ୍ ରେ ପରାଜିତ ହେଲା ଯେଉଁଥିପାଇଁ ପାକ୍ କୁ ୪୦ ହଜାର କୋଟି ଟଙ୍କା ଜରିମାନା ଦେବାକୁ ପଡିବ । ବିଶ୍ୱବ୍ୟାଙ୍କ ସହ ଜଡିତ ଥିବା କୋର୍ଟ ଆଇସିଏସଆଇଡି ବେଲୁଚିସ୍ତାନରେ ରେକୋ ଡିକ୍ ଖଣି ବ୍ୟବସାୟକୁ ରଦ୍ଦ କରିବା ପରେ ପାକିସ୍ତାନ ଉପରେ ଏହାର ୪୦ ହଜାର କୋଟି ଟଙ୍କାର ଜରିମାନା ଦେବାକୁ ପଡିବ । ତେବେ ଏହି ମାମଲାରେ ପାକ୍ ର ପରାଜିତ ହୋଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ , ଏହି ଜରିମାନା ପାକିସ୍ତାନକୁ ଟେଥୟାନ୍ କପର୍ କମ୍ପାନୀକୁ ଦେବାକୁ ପଡିବ ।
ତେବେ ପାକିସ୍ତାନକୁ ନେଇ ସାରାଦୁନିଆର ଅର୍ଥଶାସ୍ତ୍ରୀଙ୍କ ଭବିଷ୍ୟବାଣୀ ମଧ୍ୟ ଆସିଯାଇଛି । ପାକ୍ ଏବେ ବଡ ଆର୍ଥୀକ ସଂକଟକୁ ଦେଖିବାକୁ ଯାଉଥିବା କଥା ଅର୍ଥଶାସ୍ତ୍ରୀ ମାନେ କହୁଛନ୍ତି । ଯଦି ପାକ୍ ଏହି ସମସ୍ୟାର ସମାଧାନ ବୁଦ୍ଧି ନଖଟାଇ କରିବ ତେବେ ପାକ୍ କୁ କେହି ମଧ୍ୟ ବଂଚାଇ ପାରିବେନାହିଁ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି କଥାକୁ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ମଧ୍ୟ ଗ୍ରହଣ କରି ସାରିଛନ୍ତି । ୧୦ ଜୁନ୍ କୁ ରାଷ୍ଟ୍ରର ସମ୍ଭୋଧନ ନାଁରେ ପାକ୍ ପିଏମ୍ ଇମରାନ୍ ଖାନ୍ ପାକିସ୍ତାନୀଙ୍କୁ କହିଥିଲେ ଯେ ଗତ ୧୦ ବର୍ଷାୀ ପାକ୍ ର ଋଣ ୬ ହଜାର ଅରବ୍ ରୁ ୩୦ ହଜାର ଅରବ୍ ପର୍ଯ୍ୟନ୍ତ ପହଁଚିଯାଇଛି । ଯାହା ବାର୍ଷିକ ୪ ହଜାର ଅରବ୍ ଟାକ୍ସ ହିସାବରେ ଆଦାୟ କରାଯାଉଛି ସେଥିରୁ ଅଧା ଟଙ୍କା ଋଣର କିସ୍ତି ହିସାବରେ ଯାଉଛି । ବଳକା ଟଙ୍କାରେ ଦେଶ ଚଳିବା ଭଳି ବ୍ୟବସ୍ଥା ହୋଇପାରିବ ନାହିଁ । ତେବେ ଆପଣଙ୍କୁ କହିରଖୁଛୁ ପାକ୍ ସେହି ଦେଶ ଯେଉଁଠି ସବୁଠାରୁ କମ୍ ଟାକ୍ସ ଦିଆଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/351498_5604807_akhbar.jpg)
/kanak/media/post_attachments/wp-content/uploads/2019/07/china-pakistan-loan-billion-imran-khan-election-coalition-government-latest-1444344-500x300-300x180.jpg)