ବର୍ବାଦର ଅନ୍ତିମ ଦ୍ୱାରରେ ପାକିସ୍ତାନ । ସଙ୍କଟ ଦେଇ ଗତି କରୁଛି ଦେଶ, କୌଣସି ମୁହୂର୍ତ୍ତରେ ଧ୍ୱସ୍ତ ହୋଇପାରେ ପୁରା ସିଷ୍ଟମ ।

2,111

କନକ ବ୍ୟୁରୋ : ଅନ୍ତରାଷ୍ଟ୍ରୀୟ ସ୍ଥରରେ ପୁଣି ପାକିସ୍ତାନକୁ ନେଇ ଚର୍ଚ୍ଚା । କିନ୍ତୁ ଏଥର କୌଣସି ଆତଙ୍କବାଦ ପ୍ରସଙ୍ଗ କିମ୍ବା ସେନାର କାର୍ଯ୍ୟପନ୍ଥାକୁ ନେଇ ନୁହେଁ ବରଂ ସେହି ଋଣକୁ ନେଇ ଚର୍ଚ୍ଚା, ଯାହାର ବୋଝ ତଳେ ଧିରେ ଧିରେ ଦବିବାକୁ ବସିଲାଣି ଏହି ଦେଶ । ବର୍ବାଦ ଆଡକୁ ଗତି କରୁଛି ପାକିସ୍ତାନ । କୁହାଯାଉଛି, ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିରୁ ମିଳୁଥିବା ଲୋନ୍, ପାକିସ୍ତାନରେ ଏପରି ମହଙ୍ଗା ସୃଷ୍ଟି କରିପାରେ, ଯାହା ହୁଏତ ଏହି ଦେଶକୁ ବର୍ବାଦ କରିଦେବ ।

ପାକିସ୍ତାନ ପାଖକୁ ଆସୁଥିବା ବିଦେଶ ଲୋନର ଉପଯୋଗ, ଅଧିକାଂଶ ଭାବରେ ସେନା, ଅସ୍ତ୍ରଶସ୍ତ୍ର ଏବଂ ବିଶେଷ ଭାବେ ଆତଙ୍କବାଦକୁ ପ୍ରଶୟରେ ଦେବାରେ ବିନିଯୋଗ କରାଯାଇଛି । ଏବେ ପାକିସ୍ତାନ ଚାରିଆଡୁ ବିପଦ ଘେରରେ ଫସିଯାଇଛି । ଆଉ ଯଦି ଏଭଳି ଅବସ୍ଥା ଲାଗି ରହେ, ତେବେ ଏକ ରାଷ୍ଟ୍ର ଭାବରେ ପାକିସ୍ତାନର ଭବିଷ୍ୟତ ଅନ୍ଧକାରମୟ ହୋଇଯିବ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ଆସେମ୍ଲିର ଆକଳନ କହୁଛି, ପାକିସ୍ତାନ ଉପରେ ବିଦେଶୀ ଋଣର ବୋଝ ପାଖାପାଖି ୮୮.୧୯୯ ବିଲିୟନ ଡଲାରରେ ପହଞ୍ଚିଗଲାଣି । ଏପରିକି ପାକିସ୍ତାନର ବିଦେଶୀ ମୁଦ୍ରାର କୋଷ ଖାଲି ପଡିଛି । ପାକିସ୍ତାନର ଟଙ୍କା ଡଲାର ଅପେକ୍ଷାରେ ଅଧିକ ଦୁର୍ବଳ ହେବାରେ ଲାଗିଛି । ଆଉ ସବୁଠାରୁ ବଡ କଥା ହେଉଛି ସାମଗ୍ରୀର ଦର ବୃଦ୍ଧି ଦିନକୁ ଦିନ ବଢି ବଢି ଚାଲିଛି । ତେବେ ଏହା ତ କେବଳ ଆରମ୍ଭ ମାତ୍ର । ଦେଶର ଏପରି ଅବସ୍ଥାରେ ପାକିସ୍ତାନ ପୁଣି ଥରେ ଆଇଏମଏଫ ନିକଟରୁ ୬ ବିଲିୟନ୍ ଡଲାରର ଲୋନ୍ ନେଉଛି । ଆଉ ଆଗକୁ କ’ଣ ହେବ ପାକିସ୍ତାନର ଭବିଷ୍ୟତ, ତାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନ ।