ହକି ବିଶ୍ୱ କପ୍ ପାଇଁ ଓଡିଶାରେ ପଂହଚିଲା ପାକିସ୍ତାନ ହକି ଟିମ୍ ।

Advertisment
ହକି ବିଶ୍ୱ କପ୍ ପାଇଁ ଓଡିଶାରେ ପଂହଚିଲା ପାକିସ୍ତାନ ହକି ଟିମ୍ ।

image courtesy - www.dawn.com

କନକ ବ୍ୟୁରୋ : ହକି ବିଶ୍ୱକପକୁ ଆଉ ମାତ୍ର ୪ ଦିନ ରହିଛି । ଏନେଇ ସମସ୍ତ ପ୍ରସ୍ତୁତି ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ୱକପ୍ ପାଇଁ ଗୋଟି ଗୋଟି କରି ବିଦେଶୀ ଦଳ ଓଡିଶାରେ ଆସି ପହଞ୍ଚିଲେଣି । ସମସ୍ତ ଦଳ ଗୁଡିକ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜଧାନୀର ଅନେକ ଛକ ସିସିଟିଭି ବଳୟ ମଧ୍ୟରେ ରହିଛି । ଆଉ ଏହାରି ମଧ୍ୟରେ ଓଡିଶାରେ ପହଂଚିଛି ପାକିସ୍ତାନ ହକି ଦଳ ।

ଭୁବନେଶ୍ୱରରେ ହେବାକୁ ଥିବା ପୁରୁଷ ବିଶ୍ୱକପ୍ ହକି ପାଇଁ ଆଜି ପଂଜାବରେ ପହଂଚିଥିଲା ଟିମ୍ ପାକିସ୍ତାନ । ପଂଜାବରୁ ଦିଲ୍ଲୀ ଦେଇ ଭୁବନେଶ୍ୱର ପହଂଚିଛି ପାକିସ୍ତାନ ହକି ଟିମ୍  । ଏପଟେ ପାକିସ୍ତନ ଦଳ ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଶ୍ୱକପ ହକି ପ୍ରତିଯୋଗିତାରେ ପାକିସ୍ତାନ ଦଳକୁ ସ୍ଥାନୀୟ ଶିବସେନା ନେତା ବିରୋଧ କରୁ୍ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe