କନକ ବ୍ୟୁରୋ: ହକି ବିଶ୍ୱକପ ପାଇଁ ଜୋରଦାର ଅଭ୍ୟାସ କରିଛି ପାକିସ୍ତାନୀ ହକି ଦଳ । ଗ୍ରୁପ ଡିରେ ଥିବାରୁ ପ୍ରତି ମ୍ୟାଚକୁ ନକ୍ ଆଉଟ୍ ଭାବି ଖେଳିବାକୁ ପଡିବ ବୋଲି କହିଛନ୍ତି ପାକିସ୍ତାନ ଟିମ୍ ଅଧିନାୟକ ମହମ୍ମଦ ରିଜୱାନ୍ । ଜର୍ମାନୀ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ପାକ୍ ଦଳ । ଗତକାଲି ପାକିସ୍ତାନ ଦଳ ଆସି ଭୁବନେଶ୍ୱରରେ ପହଁଚିଥିଲେ ।
ପାକିସ୍ତାନ ଦଳ ପହଁଚିବାପରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଧନା ଦିଆଯାଇଥିଲା ବିମାନବନ୍ଦରଠାରୁ ଆରମ୍ଭ କରି ହୋଟେଲ ସ୍ୱସ୍ତି ପ୍ରିମିୟମ ପର୍ଯ୍ୟନ୍ତ ଏହି ଦେଶର ଖେଳାଳିଙ୍କୁ ସ୍ୱାଗତ କରାଯାଇଥିଲା । କଡା ସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ହୋଟେଲକୁ ନିଆଯାଇଥିଲା ଶନିବାର ପଂଜାବ ୱାଘା ବର୍ଡର ଦେଇ ଭାରତକୁ ପ୍ରବେଶ କରିଥିଲେ ପାକିସ୍ଥାନୀ ଦଳ ।
ତାପରେ ଦିଲ୍ଲୀରୁ ବିମାନବନ୍ଦରରୁ ଭୁବନେଶ୍ୱରରେ ଆସି ପହଂଚିଥିଲେ ପାକିସ୍ତାନର ହକି ଟିମ୍ । ସେମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ଓଡିଶା ପୋଲିସ । ପାକିସ୍ତାନ ଦଳ ଅଧିନାୟକ ମହମ୍ମଦ ରିଜୱାନ କହିଛନ୍ତି ବିଶ୍ୱକପ୍କୁ ନେଇ ବେଶ୍ ଉଲ୍ଲସିତ ଓ ଆଶାବାଦୀ ଅଛନ୍ତିି ।
ସେପଟେ, ହକି ବିଶ୍ୱକପ ପାଇଁ ବଢୁଛି କ୍ରେଜ୍ । ଭୁବନେଶ୍ୱରରେ ପହଂଚିବାରେ ଲାଗିଛନ୍ତି ଗୋଟିକ ପରେ ଗୋଟିଏ ଟିମ୍ । ଆଜି ଜର୍ମାନୀ, ଆର୍ୟାଲାଣ୍ଡ ଓ ମାଲେସିଆ ଦଳ ଆସି ଭୁବନେଶ୍ୱରରେ ପହଁଚିବେ । ଗତକାଲି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବେଲଜିୟମ ଦଳ ଭୁବନେଶ୍ୱରରେ ପହଁଚିବା ପରେ କଳିଙ୍ଗ ଷ୍ଟାଡିୟମକୁ ନେଇ ବେଶ୍ ଉତ୍ସାହିତ ବୋଲି କହିଛନ୍ତି । ସେମାନେ ସାଣ୍ଡି ଟାୱାରରେ ରାତ୍ରୀ ଭୋଜନ କରିଥିଲେ । ବିଶ୍ୱକପ୍ ପ୍ରସ୍ତୁତି ପାଇଁ ସେମାନେ ୩ମାସ ଧରି ଅଭ୍ୟାସ କରୁଥିଲେ ବୋଲି କହିଛନ୍ତି । ଏହା ସହିତ ଦଳର ସମସ୍ତ ଖେଳାଳି ଫିଟ୍ ଅଛନ୍ତି ବୋଲି କହିଛନ୍ତି ବେଲଜିୟମ ଅଧିନାୟକ ଥମାସ ବ୍ରିଏଲ୍ସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2018/11/3-13.jpg) 
                            
                        
                            
                            /kanak/media/post_attachments/wp-content/uploads/2018/11/1-17-300x170.jpg)
/kanak/media/post_attachments/wp-content/uploads/2018/11/Pakistan-Team-7-300x171.jpg)
/kanak/media/post_attachments/wp-content/uploads/2017/11/BIJU-PATNAIK-AIRPORT-300x169.jpg)