ବିଏସଏଫ୍ ଯବାନଙ୍କ ହତ୍ୟା ପୂର୍ବରୁ ଆକାଶମାର୍ଗରେ ଦେଖିବାକୁ ମିଳିଥିଲା ପାକିସ୍ତାନ ସେନାର ହେଲିକପ୍ଟର !

38

ପାକିସ୍ତାନର ଦୋମୁହାଁ ନୀତି । ଗୋଟିଏ ପଟେ ଭାରତ ସହ ଶାନ୍ତି ଓ ବନ୍ଧୁତ୍ୱର କଥା କହୁଛି ଓ ଅନ୍ୟପଟେ ଭାରତୀୟ ସୈନିକଙ୍କୁ ମାରି ନୃଶଂସତାର ପରିଚୟ ଦେଉଛି ପାକିସ୍ତାନ । ପାକ୍ ରେଞ୍ଜର୍ସମାନେ ଗତକାଲି ଅତି ଅମାନବୀୟ କାଣ୍ଡ ଘଟାଇଛନ୍ତି। ଜଣେ ବିଏସଏଫ୍ ଯବାନଙ୍କୁ ଜମ୍ମୁର ଅନ୍ତର୍ଜାତୀୟ ସୀମା ନିକଟରେ ଗୁଳି ହତ୍ୟା କରିଛନ୍ତି। ହତ୍ୟା କରି ତାଙ୍କ ମନ ମାନିଲାନି ଯେ ଯବନାଙ୍କ ତଣ୍ଟି ଓ ଏକ ଗୋଡ଼ କାଟିବା ସହ ତାଙ୍କୁ କରେଂଟ ମଧ୍ୟ ଦେଇଥିଲେ । ଆଉ ପରେ ତାଙ୍କ ଆଖି ମଧ୍ୟ ତାଡ଼ି ନେଇଛନ୍ତି । ଯବାନଙ୍କ ଶରୀରସାରା ମଧ୍ୟ କ୍ଷତଚିହ୍ନ ରହିଛି । ତେବେ ଏହି ଘଟଣା ପରେ ଭାରତ ଏହାର ପ୍ରତିଶୋଧ ନେବାକୁ ଯୋଜନା କରୁଛି ।

ଆଉ ଏସବୁ ଘଟଣା ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଯବାନଙ୍କୁ ପାକ୍ ରେଞ୍ଜର୍ସ ହତ୍ୟା କରିବାର ଗୋଟିଏ ଦିନ ପୂର୍ବରୁ ସେହି ସ୍ଥାନରେ ପାକିସ୍ତାନ ସେନାର ଏକ ହେଲିକପ୍ଟର ଉଡୁଥିଲା ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି । ତେବେ ଏହି ଘଟଣାକୁ ମାନୁନାହିଁ ପାକିସ୍ତାନ । ଏହା ପୂର୍ବରୁ ଗୁଇନ୍ଦା ବିଭାଗ ପକ୍ଷରୁ ମଧ୍ୟ ବିଏସଏଫକୁ ଆଲର୍ଟ କରାଯାଇଥିଲା । ଭାରତ-ପାକିସ୍ତାନ ସୀମାରେ ପାକିସ୍ତାନ ରେଞ୍ଜର୍ସଙ୍କ ଡ୍ରେସ ପିନ୍ଧିଥିବା କିଛି ବ୍ୟକ୍ତିଙ୍କ ଗତିବିଧି ସନ୍ଦେହଜନକ ରହିଥିଲା ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା ।

narendra
image courtesy-https://aajtak.intoday.in

ସୂଚନା ମୁତାବକ ବିଏସ୍ଏଫ୍ର ମୁଖ୍ୟ କନେଷ୍ଟବଳ ନରେନ୍ଦ୍ର ସିଂହ ଗତକାଲି ପାକ୍ ସେନା ଗୁଳିରେ ସହିଦ ହୋଇଥିଲେ । ତେବେ ପାକ୍ ସେନା କେବଳ ଗୁଳି ଚାଳନା କରିନଥିଲେ, ସେମାନେ ତାଙ୍କ ତଣ୍ଟି କାଟି ଦେଇଥିଲେ । ଏଥିସହ ତାଙ୍କ ଶରୀରକୁ କୌଣସି ଅସ୍ତ୍ରରେ ମଧ୍ୟ କାଟିପକାଇଥିଲେ । ଭାରତ ସରକାର ଉକ୍ତ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି । ବିଦେଶ ମନ୍ତ୍ରାଳୟ ଏବଂ ଡିଜିଏମ୍ଓ (ଡାଇରେକ୍ଟର ଜେନେରାଲ୍ ଅଫ୍ ମିଲିଟାରି ଅପରେସନ୍ସ) । ସୁରକ୍ଷାବାହିନୀ ଦ୍ୱାରା ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ନିକଟରେ ହାଇ ଆଲର୍ଟ ଜାରି କରାଯାଇଛି ।

ଉଲ୍ଲେଖଯୋଗ୍ୟ, ସୀମା ନିକଟରେ ବଢ଼ିଯାଇଥିବା ଘାସ ସଫା କରିବାପାଇଁ ନରେନ୍ଦ୍ରଙ୍କ ସମେତ ବିଏସ୍ଏଫ୍ର ୪ ଜଣ ଯବାନ୍ ଗତକାଲି ଜମ୍ମୁର ରାମଗଡ଼ ସେକ୍ଟରରେ ନିୟୋଜିତ ହୋଇଥିଲେ । ତେବେ ଏହି ସମୟରେ ପାକ୍ ସେନା ପକ୍ଷରୁ ଅଚାନକ ଗୁଳି ଚାଳନା ହୋଇଥିଲା । ବିଏସ୍ଏଫ୍ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇ ପ୍ରବଳ ଗୁଳି ଚାଳନା ହୋଇଥିଲା । ବିଏସ୍ଏଫ୍ ଯବାନମାନେ ସେଠାରୁ ଖସି ପଳାଇ ଆସିଥିଲେ । କିନ୍ତୁ ପରେ ଜଣେ ଯବାନ ନିଖୋଜ ଥିବା ଜଣାପଡ଼ିିଲା । ବିଏସ୍ଏଫ୍ ପକ୍ଷରୁ ପାଖାପାଖି ୬ ଘଣ୍ଟା ପର‌୍ୟ୍ୟନ୍ତ ଖୋଜାଖୋଜି ପରେ ଯବାନଙ୍କର ପତ୍ତା ମିଳିନଥିଲା । ଅନେକ ଖୋଜାଖୋଜି ପରେ ଯବାନଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଉଲ୍ଲେଖଯୋଗ୍ୟ, ଏହି ସମାନ ଘଟଣା ପରି ମଧ୍ୟ ଗତ ବର୍ଷ ମେ’ ମାସରେ ଦୁଇ ଜଣ ଯବାନ ସହିଦ ହୋଇଥିଲେ ।