କନକ ବ୍ୟୁରୋ: ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ । ଜାମ୍ମୁକଶ୍ମୀରର ସାମ୍ବା ଜିଲ୍ଲା ରାମଗଡ଼ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକ୍ ସେନା । ରାମଗଡ଼ ସେକ୍ଟର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ ପରେ ଜଣେ ବିଏସଏଫ ଯବାନ ଆହତ ହୋଇଛନ୍ତି । ବର୍ତମାନ ଆହତ ଯବାନଙ୍କ ଚିକିିତ୍ସା ଚାଲିଛି । ସେହିପରି ଆଉ ଏକ ଘଟଣାରେ ଜାମ୍ମୁକଶ୍ମୀର ଶୋପିଆଁରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିିନିମୟରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । କାଥୋହାଲେନ ଅଞ୍ଚଳରେ ଏହି ଗୁଳି ବିନିମୟ ଘଟଣା ଘଟିଛି । ନିହତ ଆତଙ୍କବାଦୀ ମୈସେର ଅହମଦ ଦାର ଆତଙ୍କବାଦୀ ସଙ୍ଗଠନ ‘ଦ ରେଜିଷ୍ଟାନ୍ସ ଫ୍ରଂଟ’ ସହ ସମ୍ପୃକ୍ତ ଥିଲା । ଏବେ ବି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି ।