କନକ ବ୍ୟୁରୋ : କିଛିଦିନ ତଳେ ପାକିସ୍ତାନ ସରକାର କୁଖ୍ୟାତ ଆତଙ୍କବାଦୀ ସଂଗଠନ ତହରିକ-ଏ- ତାଲିବାନ ପାକିସ୍ତାନ (ଟିଟିପି) ସହିତ ଶାନ୍ତି ବୁଝାମଣା କରିଥିଲା । ପୁଣି ଏବେ ପାକିସ୍ତାନ ସରକାର ଆତଙ୍କବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ସୁଯୋଗ ଦେଇଛି । ମଙ୍ଗଳବାର ଦିନ ପାକିସ୍ତାନର ସୂଚନା ମନ୍ତ୍ରୀ ଫବଦ ଚୌଧୁରୀ କହିଛନ୍ତି କି, ହିଂସା ଛାଡି ଯଦି ଆତଙ୍କବାଦୀମାନେ ସମ୍ବିଧାନକୁ ନିଜର କରିବାକୁ ଚାହାଁନ୍ତି ତେବେ ପାକିସ୍ତାନ ସରକାର ତାଙ୍କୁ ଏକ ସୁଯୋଗ ଦେବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଫବାଦ ଚୌଧୁରୀ ଆହୁରି କହିଛନ୍ତି କି, ଟିଟିପି ସହିତ ଜଡିତ କିଛି ଆତଙ୍କବାଦୀ ହିଂସାର ରାସ୍ତା ଛାଡିବାକୁ ଚାହୁଁଛନ୍ତି । କହିରଖୁ କି ସେନା ପ୍ରମୁଖ ଜେନରାଲ କମର ଜାବେଦ ବାଜବା ଗୋଟିଏ ଦିନ ପୂର୍ବରୁ ସଂସଦର ରାଷ୍ଟ୍ରୀୟ ସୁରକ୍ଷା ପରିସ୍ଥିତି ବାବଦରେ ସୂଚନା ଦେଇ କହିଥିଲେ କି, ସରକାର ଓ ପ୍ରତିବନ୍ଧିତ ସଂଗଠନ ମଧ୍ୟରେ ଏକ ସଂଘର୍ଷବିରତି ବୁଝାମଣା ହୋଇଛି ।
ସୂଚନା ଥାଉକି ଏବେ ଏବେ ପାକିସ୍ତାନ ଓ ଟିଟିପି ମଧ୍ୟରେ ହୋଇଥିବା ଶାନ୍ତି ବୁଝାମଣାକୁ ନେଇ କୁହାଯାଇଥିଲା କି ଆଫଗାନିସ୍ତାନରେ ତାଲିବାନ ସରକାରର ଗୃହମନ୍ତ୍ରୀ ଥିବା ତଥା ହକ୍କାନୀ ନେଟୱର୍କର ସୂତ୍ରଧର ସିରାଜ୍ଜୁଦ୍ଦିନ ହକ୍କାନୀଙ୍କ ବଡ ଭୂମିକା ଥିଲା । ଏକ ରିପୋର୍ଟ ମୁତାବକ ତାଲିବାନ ପାକିସ୍ତାନକୁ ଟିଟିପି ସହିତ କଥାବାର୍ତ୍ତା କରିବାକୁ ଅଫର ଦେଇଥିଲା । ସରକାରଙ୍କ ପ୍ରବକ୍ତା ଫବାଦ ଚୌଧୁରୀ ଏକ ଟ୍ୱିଟ୍ କରି କହିଛନ୍ତି କି ଆଫଗାନିସ୍ତାନର ତାଲିବାନ ସରକାର ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ଟିଟିପି ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ବିରାମ ଆଲୋଚନାରେ ସହାୟତା କରିଥିଲା ।
ଟିଟିପିର ପ୍ରବକ୍ତା ମହମ୍ମଦ ଖୁରାସାନୀ ଏହି କଥାକୁ ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି କି, ନଭେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ସଂଘର୍ଷ ବିରାମ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ଅବଧି ମଧ୍ୟରେ ପାକିସ୍ତାନ ଓ ଟିଟିପି ମଧ୍ୟରେ କଥାବାର୍ତ୍ତା ଜାରି ରଖିବାକୁ ଏକ କମିଟି ଗଠନ କରାଯିବ । ସେ କହିଛନ୍ତି କି ଏହି କଥାବାର୍ତ୍ତା ଅବଧି ମଧ୍ୟରେ ଉଭୟ ପକ୍ଷ ସଂଘର୍ଷ ବିରାମ ପାଳନ କରିବେ । ଯଦି ଆଲୋଚନାର ନିଷ୍କର୍ସ ବାହାରିବାରେ ଡେରିହୁଏ ତେବେ ସଂଘର୍ଷ ବିରାମ ଅବଧି ବି ବୃଦ୍ଧି କରାଯିବ ।
କହିରଖୁ କି ପାକିସ୍ତାନ ସରକାର ୨୦୦୮ ମସିହାରେ ଟିଟିପିକୁ କଳା ତାଲିକାଭୂକ୍ତ କରିଥିଲା । ଟିଟିପି ପକ୍ଷରୁ ୧୦ ବର୍ଷ ମଧ୍ୟରେ ପାକିସ୍ତାନରେ ବଡ ବଡ ଆକ୍ରମଣ କରିଛି । ଏହି ଆତଙ୍କବାଦୀ ସଂଗଠନର ସବୁଠାରୁ ବଡ ଗଡ ଇମ୍ରାନ ଖାନଙ୍କ ଗୃହରାଜ୍ୟ ଖୈବର ପସ୍ତୁନୁଖାରେ ରହିଛି ।