ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଝଟକା । ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ ପିଟିଆଇକୁ ବ୍ୟାନ କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର

94

କନକ ବ୍ୟୁରୋ : ପଡୋଶୀ ପାକିସ୍ତାନ ରାଜନୀତିରେ ଆଉ ରହିବନି ବିରୋଧୀ ଦଳ । ବିରୋଧୀଙ୍କୁ ସମ୍ପୁର୍ଣ୍ଣ ଶେଷ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କଲା ପାକିସ୍ତାନର ଶାସକ ଦଳ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ଏବେ ବଡ଼ ଝଟକା । ଇମ୍ରନଙ୍କ ଦଳ ପିଟିଆଇକୁ ବ୍ୟାନ କରିବ ପାକିସ୍ତାନ ସରକାର । ପାକିସ୍ତାନର ମୁଖ୍ୟ ବିରୋଧୀ ଦଳ ତେହରିକ ଏ ଇନସାଫଙ୍କୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଯୋଜନା କରୁଛି ପାକିସ୍ତାନ ସରକାର । ଦେଶବିରୋଧୀ କାର୍ୟ୍ୟକଳାପ ପାଇଁ ପିଟିଆଇକୁ ବ୍ୟାନ କରାଯିବା ନେଇ ସୂଚନା ଦେଇଛନ୍ତି ପାକିସ୍ତାନର ସୂଚନା ମନ୍ତ୍ରୀ ଉତ୍ତାଉଲ୍ହା ତରାର୍ । ତେବେ ସରକାରୀ ଭାବେ ବିଜ୍ଞପ୍ତି ଆଗାମୀ ଦିନରେ ଜାରି ହେବ ବୋଲି ସୂଚନା ରହିଛି । ବର୍ତ୍ତମାନ ଜେଲରେ ଥିବା ଇମ୍ରାନ ଖାନଙ୍କ ଦଳ ଗତ ନିର୍ବାଚନରେ ଭଲ ପ୍ରଦର୍ଶନ ସତ୍ବେ ବିରୋଧୀ ଆସନରେ ବସିଥିଲା । ଇମ୍ରାନ ୧୯୯୬ ମସିହାରେ ପିଟିଆଇର ସ୍ଥାପନା କରିଥିଲେ । ଏହାର ୨୨ ବର୍ଷ ପରେ ଅର୍ଥାତ ୨୦୧୮ରେ କ୍ଷମତାରୁ ଆସିଥିଲା ପିଟିଆଇ । ପରେ ୨୦୨୨ରେ ଅନାସ୍ଥା ଭୋଟରେ ପରାଜିତ ହେବା ପରେ କ୍ଷମତାରୁ ହଟିଥିଲା ପିଟିଆଇ । ଯଦି ଇମ୍ରାନଙ୍କ ଦଳକୁ ବନ୍ଦ କରିଦିଆଯାଏ ତେବେ ଏହା ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ ଘଟିବ ।