ଅଭିନନ୍ଦନଙ୍କୁ ବୀରଚକ୍ର ସମ୍ମାନ : ପାକିସ୍ତାନ ଦେହରେ ଲାଗିଲା ନିଆଁ…

932

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ବାୟୁବୀର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବୀରଚକ୍ର ସମ୍ମାନରେ ସମ୍ମାନିତ କରାଯିବା ପରେ ପାକିସ୍ତାନ ଦେହରେ ନିଆଁ ଲାଗିଯାଇଛି । ଏହାକୁ ନେଇ ପାକିସ୍ତାନରେ ଆରମ୍ଭ ହୋଇଯାଇଛି ବୟାନବାଜୀ । ପାକିସ୍ତାନ ବିଦେଶ ମନ୍ତ୍ରଣାଳୟବି ଭାରତ ବିରୋଧରେ ବିଷ ଓଗାଳିଛି । ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭାରତ ସରକାର ତାଙ୍କ ଜନତାଙ୍କୁ ଖୁସି କରିବା ପାଇଁ ଏପରି କରୁଛନ୍ତି । ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନର କୌଣସି ଫାଇଟର ଜେଟକୁ ଧ୍ୱଂସ କରିନଥିଲେ ।
ଏହା ମଧ୍ୟ କୁହାଯାଇଛି କି, ଭାରତର ନିରାଧାର ଦାବିକୁ ପାକିସ୍ତାନ ଖାରଜ କରୁଛି । ଯେଉଁଥିପାଇଁ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଭାରତ ସରକାର ସମ୍ମାନିତ କରୁଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ । ୨୦୧୯ରେ ପାକିସ୍ତାନର କୌଣସି ଫାଇଟର ଜେଟକୁ ଭାରତୀୟ ଯବାର ଧ୍ୱଂସ କରିନଥିଲେ । ଏହା ଭାରତର ମନଗଢାଣିଆ କାହାଣୀ । ଭାରତର ଜନତା କିଭିଳି ଖୁସି ହେବେ ସେନେଇ ଭାରତ ସରକାର ଏପରି କରୁଛନ୍ତି । ଅନ୍ତରାଷ୍ଟ୍ରିୟ ବିଶେଷଜ୍ଞ ଏବଂ ଆମେରିକା ଅଧିକାରୀ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି କି, ପାକିସ୍ତାନର କୌଣସି ଏଫ୍-୧୬ ବିମାନ ଭାରତୀୟ ସେନାଙ୍କ ଦ୍ୱାରା ଧ୍ୱଂସ ହୋଇନାହିଁ । ଯାହା ଭରତର ମିଛକୁ ପଦାରେ ପକାଇବା ପାଇଁ ଯଥେଷ୍ଟ । କିନ୍ତୁ ଭାରତ ଏହାକୁ ସ୍ୱୀକାର ନକରି ଯେଉଁଭଳି ଭାବେ ଜନତାଙ୍କୁ ବୋକା ବନାଉଛନ୍ତି ତାହା ଅତ୍ୟନ୍ତ ହସ୍ୟାସ୍ପଦ । ବାସ୍ତବ କଥା ହେଉଛି ପାକିସ୍ତାନ ସେନା ଦ୍ୱାରା ଭାରତର ଦୁଇଟି ଯୁଦ୍ଧ ବିମାନକୁ କ୍ରାସ କରାଯାଇଥିଲା । ସେଥିମଧ୍ୟରେ ଗୋଟିଏ ଯୁଦ୍ଧ ବିମାନ ମିଗ୍-୨୧ ପିଓକେରେ ପଡିଥିଲେ । ଯେଉଁଥିଲେ ଅଭିନନ୍ଦନ ବର୍ଦ୍ଧମାନ ଥିଲେ ବୋଲି ପାକିସ୍ତାନ ବିଦଶ ମନ୍ତ୍ରଣାଳୟ ପକ୍ଷରୁ ବୟାନରେ କୁହାଯାଇଛି ।