କ’ଣ ଏହା ଭାରତ ଚାପ ସୃଷ୍ଟି କରିବାର ପ୍ରଭାବ ? ପ୍ରତିବନ୍ଧକ ଲାଗିଥିବା ଆତଙ୍କବାଦୀ ସଂଗଠନ ଗୁଡିକର ସମ୍ପତ୍ତି ବ୍ୟାଜ୍ୟାପ୍ତ କରିବ ପାକିସ୍ତାନ

132

ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛି କି, ସେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଦ୍ୱାରା ନାମିତ ବ୍ୟକ୍ତି ଓ ସଂସ୍ଥାଗୁଡିକ ବିରୋଧରେ ପ୍ରତିବନ୍ଧକକୁ ଲାଗୁ କରିବ । ବିଦେଶ ମନ୍ତ୍ରାଳୟ ଅନୁସାରେ, ଏଥିପାଇଁ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଆଦେଶ ଜାରି କରିଛନ୍ତି । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଆଦେଶକୁ ୨୦୧୯, ପାକିସ୍ତାନର ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନଏସସି) ଅଧିନିୟମ, ୧୯୪୮ର ବ୍ୟବସ୍ଥା ଅନୁସାରେ ଜାରି କରାଯାଇଛି ।

ଆଦେଶକୁ ବ୍ୟାଖ୍ୟା କରି ବିଦେଶ ମନ୍ତ୍ରାଳୟର ମହମ୍ମଦ ଫୈସଲ କହିଛନ୍ତି କି, ଏହାର ଅର୍ଥ ସରକାର ଦେଶରେ ସଂଚାଳିତ ସମସ୍ତ ପ୍ରତିବନ୍ଧିତ ସଂଗଠନ ଗୁଡିକ ଉପରେ ନିୟନ୍ତ୍ରଣ କରିନେଇଛନ୍ତି । ପାକିସ୍ତାନୀ ଖବର ମୁତାବକ, ଏବେ ଠାରୁ ଆଗକୁ ସମସ୍ତ ପ୍ରକାରର ସମ୍ପତ୍ତି ଓ ସମସ୍ତ ସଂଗଠନ ଗୁଡିକର ସମ୍ପତ୍ତି ସରକାରଙ୍କ ନିୟନ୍ତ୍ରଣରେ ରହିବ । ସରକାର ଏବେ ଏମିତି ସଙ୍ଗଠନ ଗୁଡିକର ଚାରିଟି ୱିଙ୍ଗ ଓ ଆମ୍ବୁଲାନ୍ସ ମଧ୍ୟ ଜବତ କରିବ । ପାକିସ୍ତାନରେ ୟୁଏନଏସସିର ଏମିତି ନିର୍ଣ୍ଣୟ ୟୁଏନଏସସି ଅଧିନିୟମ, ୧୯୪୮ର ମାଧ୍ୟମରେ ଲାଗୁ କରାଯାଏ ।