ଆତଙ୍କୀସ୍ଥାନର ମିଛ ଡୋଜିୟର । ମିଳିତ ଜାତିସଂଘରେ ପାକିସ୍ତାନର ମିଛ ଡୋଜିୟର ଉପସ୍ଥାପନକୁ ନେଇ ଭାରତର କଡା ପ୍ରତିକ୍ରିୟା ।

387

କନକ ବ୍ୟୁରୋ : ମିଳିତ ଜାତିସଂଘରେ ପୁଣି ମିଛ କହିଲା ପାକିସ୍ତାନ । ମିଳିତ ଜାତିସଂଘରେ ପାକିସ୍ତାନ ମିଛ ଡୋଜିୟର ଉପସ୍ଥାପନ କରିବା ଘଟଣାକୁ ନେଇ ଇସଲାମାବାଦକୁ ଘେରିଛି ନୂଆଦିଲ୍ଲୀ । ମଙ୍ଗଳବାର ଦିନ ମିଳିତ ଜାତିସଂଘ ମହାସଚିବ ଆଂଟୋନିଓ ଗୁଟେରସଙ୍କୁ ଏକ ଡୋଜିୟର ଉପସ୍ଥାପନ କରିଥିଲେ ମିଳିତ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମୁନିର ଅକ୍ରମ । ଯେଉଁଥିରେ ଇମ୍ରାନ ସରକାର ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନରେ ଆତଙ୍କବାଦକୁ ପ୍ରୋତ୍ସାହନ ହେଉଛି ଭାରତ । ଏହାର ଜବାବ ରଖି ପାକିସ୍ତାନକୁ ଭାରତ ଆବୋଟାବାଦ କଥା ମନେ ପକେଇ ଦେଇଛି ।

ପୁଣି ଥରେ ଆତଙ୍କୀ ରାଷ୍ଟ୍ର ପାକିସ୍ତାନକୁ ଭାରତର କଡା ଜବାବ । ମିଳିତ ଜାତିସଂଘରେ ପାକିସ୍ତାନ ମିଛ ଡୋଜିୟର ଉପସ୍ଥାପନ କରିବା ଘଟଣାକୁ ନେଇ ଇସଲାମାବାଦକୁ ଘେରିଛି ନୂଆଦିଲ୍ଲୀ । ମଙ୍ଗଳବାର ଦିନ ମିଳିତ ଜାତିସଂଘ ମହାସଚିବ ଆଂଟୋନିଓ ଗୁଟେରସଙ୍କୁ ଏକ ଡୋଜିୟର ଉପସ୍ଥାପନ କରିଥିଲେ ମିଳିତ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମୁନିର ଅକ୍ରମ । ଯାହାର ଜବାବରେ ଭାରତ କଡା ପ୍ରତିକ୍ରିୟା ରଖିଛି ।

ପାକିସ୍ତାନ ସରକାରଙ୍କ ପକ୍ଷରୁ ମୁନିର ଅକ୍ରମ, ଆଂଟୋନିଓ ଗୁଟେରସଙ୍କୁ ଏକ ଡୋଜିୟର ଉପସ୍ଥାପନ କରିଛନ୍ତି । ଯେଉଁଥିରେ ଇମ୍ରାନ ସରକାର ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନରେ ଆତଙ୍କବାଦକୁ ପ୍ରୋତ୍ସାହନ ହେଉଛି ଭାରତ । ଏହାର କଡା ଜବାବ ରଖିଛନ୍ତି ମିଳିତ ଜାତିସଂଘରେ ଭାରତର ସ୍ଥାନୀ ପ୍ରତିନିଧି ୟୁଏନ ତିରୁମୂର୍ତ୍ତୀ । ପାକିସ୍ତାନର ମିଛର ଡୋଜିୟର ବୋଲି କହିଛନ୍ତି । ଏବଂ ଟ୍ୱିଟ କରି ଲେଖିଛନ୍ତି, ମିଛ ଦସ୍ତାବିଜ ଦେବା ମିଛ କାହାଣୀ ବନାଇବା ପାକିସ୍ତାନର ଅଭ୍ୟାସ ।

ମିଳିତ ଜାତିସଂଘ ଦ୍ୱାରା ଘୋଷିତ ହୋଇଥିବା ଆତଙ୍କବାଦୀଙ୍କ ସବୁଠାରୁ ବଡ ଆଶ୍ରୟ ସ୍ଥଳ ପାଲଟିଛି ପାକିସ୍ତାନ । ଏବଂ ଆବୋଟାବାଦ ଘଟଣାକୁ ପାକିସ୍ତାନ ଭୁଲିବା ଉଚିତ ନୁହଁ । ଯେଉଁ ଆବୋଟାବାଦରେ ଅଲକାଇଦା ଆତଙ୍କବାଦୀ ଓସାମା ବିନ୍ ଲାଡେନ ଦୀର୍ଘ ବର୍ଷ ଧରି ଲୁଚି ରହିଥିବା ଏବଂ ଶେଷରେ ସେଠାରେ ନିପାତ ହୋଇଥିଲା ।

ମିଳିତ ଜାତିସଂଘକୁ ମିଛ ଡୋଜିୟର ଦେବା ପ୍ରସଙ୍ଗରେ ପାକିସ୍ତାନକୁ ଆବୋଟାବାଦ କଥା ମନେ ପକାଇ ଦେଇଛି ଭାରତ । ଯେଉଁ ଆବୋଟାବାଦରେ ଦୀର୍ଘ ବର୍ଷ ଧରି ଆଶ୍ରୟ ନେଇଥିଲା ଅଲକାଇଦା ମୁଖ୍ୟ ଓସାମା ବିନ୍ ଲାଡେନ । ଏବଂ ୨୦୧୧ରେ ଆମେରିକାର ସିଲ୍ କମାଣ୍ଡୋଙ୍କ ଦ୍ୱାରା ନିପାତ ହୋଇଥିଲା ଲାଡେନ ।