ଲଣ୍ଡନରୁ ଫେରିଲେ ନୱାଜ ସରିଫ ହେବେ ଗିରଫ । ବିମାନରେ ହିଁ ପଡିପାରେ ହାତକଡି । କାରଣ କହିଲେ ପାକ୍ ଆଇନ୍ ବିଶେଷଜ୍ଞ

Advertisment
ଲଣ୍ଡନରୁ ଫେରିଲେ ନୱାଜ ସରିଫ ହେବେ ଗିରଫ । ବିମାନରେ ହିଁ ପଡିପାରେ ହାତକଡି । କାରଣ କହିଲେ ପାକ୍ ଆଇନ୍ ବିଶେଷଜ୍ଞ

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଦେଶକୁ ଫେରିଲେ ଗିରଫ ହେବେ । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବରୁ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନୱାଜ ସରିଫ ଲଣ୍ଡନରୁ ପାକିସ୍ତାନ ଫେରୁଥିବା ବେଳେ ବିମାନରେ ହିଁ ଗିରଫ ହୋଇପାରନ୍ତି। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ସରିଫ୍ ଆଗୁଆ ଜାମିନ ପାଇବାକୁ ଚେଷ୍ଟା କରୁଛନ୍ତି। ଏଆରୱାଇ ନ୍ୟୁଜର ଏକ କାର୍ୟ୍ୟକ୍ରମ ‘ଐତରାଜ ହୈ'ରେ ରାଜା ଅମୀର ଅବ୍ବାସ କହିଛନ୍ତି ଯେ ନୱାଜ ସରିଫଙ୍କୁ ଗିରଫ ପୂର୍ବରୁ ଜାମିନ ମିଳିବା କଷ୍ଟକର , କାରଣ ମାମଲା ଚାଲିଥିବା ବେଳେ ଜାମିନ ମଞ୍ଜୁର କରାଯାଏ । ରାଜା ଅମୀର ଅବ୍ବାସ କହିଛନ୍ତି ଯେ ଗିରଫ ପୂର୍ବରୁ ଦୋଷୀକୁ ଜାମିନ ମିଳିବା ଏପର୍ୟ୍ୟନ୍ତ ପାକିସ୍ତାନରେ ଦେଖିବାକୁ ମିଳିନାହିଁ । ସେ କହିଛନ୍ତି ଯେ ନୱାଜ ସରିଫଙ୍କ ପାଇଁ ଗିରଫ ନ ହେବା ଆଇନଗତ ଭାବେ ଜାମିନ ପାଇବା କଷ୍ଟକର ।
ଆଇନ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।ସ୍ୱାସ୍ଥ୍ୟ କାରଣ ଦର୍ଶାଇ ସେ ମାତ୍ର ୪ ସପ୍ତାହ ପାଇଁ ଲଣ୍ଡନ ଯିବାକୁ ଅନୁମତି ପାଇଥିବାବେଳେ କାହିଁକି ଏତେ ଦିନ ଧରି ଆସିଲେ ନାହିଁ ସେ ନେଇ କୋର୍ଟଙ୍କୁ ସନ୍ତୁଷ୍ଟ କରିବାକୁ ପଡ଼ିବ। ଯଦି କୋର୍ଟ ସନ୍ତୁଷ୍ଟ ହୁଅନ୍ତି, ତେବେ ଆବେଦନ କରାଯାଇପାରିବ। ଏହାପରେ ଜାମିନ ଆବେଦନର ଶୁଣାଣି ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe